35.1 C
Bhubaneswar
Tuesday, April 23, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ‘ଟ୍ରେଣ୍ଡ୍‌’ରେ ୧୩୨ ଆସନରେ ଅଗ୍ରଣୀ ରହି ‘ମେଜିକ୍‌ ମାର୍କ’ ଟପିଲା...

କର୍ଣ୍ଣାଟକ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ‘ଟ୍ରେଣ୍ଡ୍‌’ରେ ୧୩୨ ଆସନରେ ଅଗ୍ରଣୀ ରହି ‘ମେଜିକ୍‌ ମାର୍କ’ ଟପିଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍‌ ଗଣନା ଚାଲିଥିବା ବ‌େଳେ ପ୍ରାରମ୍ଭିକ ‘ଟ୍ରେଣ୍ଡ୍‌’ରେ ୧୩୨ ଆସନରେ ଅଗ୍ରଣୀ ରହି କଂଗ୍ରେସ ‘ମେଜିକ୍‌ ମାର୍କ’ ଅତିକ୍ରମ କରିଛି। ସଦ୍ୟତମ ସୂଚନା ଅନୁସାରେ, ୨୨୪ ଆସନବିଶିଷ୍ଟ ରାଜ୍ୟ ବିଧାନସଭାରେ ସମ୍ପ୍ରତି କଂଗ୍ରେସ ୧୩୨ଟି ଆସନରେ ଅଗ୍ରଣୀ ଥିବା ବ‌େଳେ ‘ବିଜେପି’ ୭୩ ଏବଂ ‘ଜେଡି(ଏସ୍‌)’ ୧୭ଟି ଓ ଅନ୍ୟାନ୍ୟ ୨ଟି ଆସନରେ ଅଗ୍ରଣୀ ଅଛନ୍ତି। ସେହିପରି, ବିଶିଷ୍ଟ ପ୍ରାର୍ଥୀମାନଙ୍କ ମଧ୍ୟରେ ରାଜ୍ୟର ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ତୀର୍ଥହାଲ୍ଲି ଆସନରୁ ପଛୁଆ ଅଛନ୍ତି।

ଗୋକକ୍‌ ଆସନରୁ କଂଗ୍ରେସ ପ୍ରାର୍ଥୀ ଡକ୍ଟର୍‌ ମହାନତେଶ କଡ଼ାଡ଼ିଙ୍କଠାରୁ ‘ବିଜେପି’ ପ୍ରାର୍ଥୀ ରମେଶ ଜର୍କିହୋଲି ପଛୁଆ ଅଛନ୍ତି। ହୁବ୍ବଲ୍ଲୀ-ଧାୱାଡ୍‌ କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଜଗଦୀଶ ଶେଟ୍ଟାର୍‌ ପଛରେ ପଡ଼ିଛନ୍ତି। ଏହାଛଡ଼ା, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପୋଷ୍ଟାଲ୍‌ ବାଟଲ୍‌ରେ ଆଗୁଆ ଥିଲେ। ନର୍ଗୁଣ୍ଡ ଆସନରେ ‘ବିଜେପି’ ପ୍ରାର୍ଥୀ ସି. ସି. ପାଟିଲ୍‌ ପଛୁଆ ଅଛନ୍ତି। ଚମରାଜନଗର ଆସନରେ କଂଗ୍ରେସ ପ୍ରାର୍ଥୀ ପୁଟ୍ଟାରଙ୍ଗଶେଟ୍ଟୀଙ୍କଠାରୁ ‘ବିଜେପି’ ମନ୍ତ୍ରୀ ଭି. ସ‌ୋମନ୍ନା ୨୩୪୧ ଭୋଟ୍‌ରେ ପଛୁଆ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking