33.1 C
Bhubaneswar
Saturday, April 27, 2024
Homeଓଡିଶାବରଗଛ ତଳେ ଆଶ୍ରୟ ନେଇଥିବା କୋଭିଡ ଆକ୍ରାନ୍ତଙ୍କୁ ହସ୍ପିଟାଲ ପଠାଇଲେ ସ୍ୱାସ୍ଥ୍ୟ ବିଭାଗ

ବରଗଛ ତଳେ ଆଶ୍ରୟ ନେଇଥିବା କୋଭିଡ ଆକ୍ରାନ୍ତଙ୍କୁ ହସ୍ପିଟାଲ ପଠାଇଲେ ସ୍ୱାସ୍ଥ୍ୟ ବିଭାଗ

କଳାହାଣ୍ଡି : ଜଣେ କୋଭିଡ ଆକ୍ରାନ୍ତ ଯୁବକଙ୍କୁ ଉଦ୍ଧାର କରି କୋଭିଡ ହସ୍ପିଟାଲକୁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । କୋକସରା ବ୍ଲକ ଡାଲଗୁମା ପଞ୍ଚୟତ ଛି ଲିପାମାଲ ଗ୍ରାମର ଜଣେ ଯୁବକ କ୍ଷୀରୋଦ ନାଏକ ନିଜ ମା’ କୁ ଚିକିତ୍ସା ପାଇଁ କିଛିଦିନ ତଳେ ଭବାନୀପାଟଣା ସରକାରୀ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ । ଏହା ମଧ୍ୟରେ ଗତ ୨୮ ତାରିଖ ଦିନ ସେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସେ ନିଜ ଗାଁ କୁ ଫେରି ଆସିଥିଲେ। ତେବେ ନିଜ ଘରେ ରହିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଗାଁ ମୁଣ୍ଡ ଏକ ବରଗଛ ତଳେ ଗତ ୩ ଦିନ ହେବ ରହି ଆସୁଥିଲେ। ଏହି ଅଭାବନୀୟ ଘଟଣା ଲୋକଲୋଚନକୁ ଆସିବା ପରେ କୋକସରା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ଆଜି ଯୁବକଙ୍କୁ ଉଦ୍ଧାର କରି ପର୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଦେଖିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଗତ ୩ ଦିନ ଧରି ଏହି ଘଟଣା ଆଶାକର୍ମୀ ଅଙ୍ଗନବାଡିକର୍ମୀଙ୍କ ନଜରକୁ କେମିତି ଆସି ନ ଥିଲା। ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ ପରେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking