ଅବକାରୀ ଓ ପୋଲିସର ଚଢ଼ଉ, ୪ ହଜାର ଲିଟର ମହୁଲ ପୋଚ ନଷ୍ଟ

କଳାହାଣ୍ଡି : ଅବକାରୀ ଓ ପୋଲିସର ଚଢ଼ଉରେ ୪ହଜାର ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚୟତ ନଲାଚୁଆ ଗାଁ ପାଖରେ ଥିବା ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣରେ ମହୁଳ ପୋଚ ଜବତ କରିଛି । ଅବକାରୀ ଓ ପୋଲିସ ବିଭାଗ କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଅବକାରୀ ଅଧିକାରୀ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପଅଧିକ୍ଷକ ଉମାଶଙ୍କର ପ୍ରଧାନ ଓ ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ମୋବାଇଲ ଟିମର ଅତର୍କିତ ଚଢ଼ଉ କରିଥିଲେ । ପ୍ରାୟ ୪ହାଜର ଲିଟର ମହୁଳ ପୋଚ ଜବତ କରିବା ସହ ନଷ୍ଟ କରାଯାଇଛି ତେବେ ଘଟଣାସ୍ଥଳରୁ ମଦ ମାଫିଆମାନେ ଚମ୍ପଟ ମାରିଥିଲେ ।

LEAVE A REPLY

Please enter your comment!
Please enter your name here