33.1 C
Bhubaneswar
Friday, April 26, 2024
Homeଓଡିଶାବିନା ଫିଟନେସ ରେ ଘୁରୁଛି କର୍ଲାମୁଣ୍ଡା ବିଡ଼ିଓ ଙ୍କ ଗାଡି

ବିନା ଫିଟନେସ ରେ ଘୁରୁଛି କର୍ଲାମୁଣ୍ଡା ବିଡ଼ିଓ ଙ୍କ ଗାଡି

କର୍ଲାମୁଣ୍ଡା,: -ଦେଶରେ ନୂଆଁ ମୋଟର ଯାନ୍ ଆଇନ୍ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ କୁ କଡା କଡି କରିବା ପାଇଁ ସରକାର ଙ୍କ ପକ୍ଷରୁ ନିର୍ଦ୍ଧେଶ ରହିଛି l ବିଶେଷ କରି ଯେଉଁ ଚାଳକ ମାନଙ୍କ ଉପରେ ଆବଶ୍ଯକିୟ କାଗଜ ପତ୍ର ନଥିବ କିମ୍ବା ସଡକ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ଉଲ୍ଲଙ୍ଘନ କାରୀଙ୍କ ଉପରେ ଫାଇନ ଆଦାୟ କରୁଛି ଟ୍ରାଫିକ୍ ପୋଲିସ l ଏପରି କି ସରକାରୀ ଗାଡି ଗୁଡିକ ମଧ୍ଯ ବିନା କାଗଜ ପତ୍ରରେ ବୁଲି ପାରିବେ ନାହିଁ ବୋଲି ନୂଆ ମୋଟର ଯାନ ଆଇନ୍ ରେ ଉଲ୍ଲେଖ ରହିଛି l କିନ୍ତୁ ଏହି ନୁଆ ମୋଟର ଯାନ୍ ଆଇନ୍ ଲାଗୁ ଯେମିତି କେବଳ ଖାଲି ଜନତାଙ୍କ ପାଇଁ ଏହି ନିୟମ ବୋଲି ଲାଗୁଛି l ତେବେ ଜଣେ ସାଧାରଣ ଲୋକଙ୍କ ଗାଡିର କାଗଜ ପତ୍ର ଯଦି ନଥିବ ତାକୁ ହଜାର ହଜାର ଟଙ୍କା ଦଣ୍ଡ ଗଣିବା ପାଇଁ ପଡୁଛି l ଆଉ ଅମାନିଆ ହେଲେ ରାସ୍ତା କଡରୁ ଗାଡି ମଧ୍ଯ ଉଠାଇ ନେଉଛିନ୍ତି ସଡକ ସୁରକ୍ଷା ରେ ଥିବା କର୍ମଚାରୀ ମାନେ l କିନ୍ତୁ ଅନେକ ସମୟରେ ଅନେକ ସରକାରୀ ଅଧିକାରୀ ବାବୁ ମାନେ ଫିଟନେସ ଅବଧି ଶେଷ ହୋଇଥିବା ଗାଡି ରେ ଫିଟ୍ ହୋଇ ଦିନ ରାତି ଘୁଁ ଘୁଁ ହୋଇ ଘୁରି ବୁଲୁଛନ୍ତି l କିନ୍ତୁ ତାଙ୍କର କୌଣଷି ତଦନ୍ତ କରୁନି ସଡକ ସୁରକ୍ଷାରେ ଥିବା କର୍ମଚାରୀ ମାନେ ବ ଉପାରିସ୍ତ ପ୍ରଶାସନିକ ଅଧିକାରୀ ମାନେ l l ସରକାରୀ ନିୟମ କେବଳ ଜନତା ଙ୍କ ପାଇଁ ରହିଛି ହେଲେ ସରକାରୀ ବାବୁଙ୍କ ପାଇଁ ନୁହେଁ ବୋଲି ଏଥିରୁ ସ୍ପଟ ଜଣା ପଡୁଛି l ଏ ଗାଡି ଟି ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ଯାଳୟ ରେ ବ୍ଯବହାର ହେଉଥିବା କାର୍ଯ୍ଯାଳୟ ର ଗାଡି l ଆଉ ଏହି ଗାଡି କୁ ନିଜେ ଖୁଦ୍ ବ୍ଯବହାର କରୁଛନ୍ତି ଗୋଷ୍ଠି ଉନ୍ନୟନ ଅଧିକାରିଣୀ ପ୍ରିୟ ଦର୍ଶନି ମିର୍ଦ୍ଧା l ତେବେ ଏମ୍ ପରିବହନ ରେ ମିଲିଥିବା ସୂଚନା ଅନୁସାରେ ଓଡି ୦୭ ଏମ୍ ୮୭୪୩ ଗାଡି ନମ୍ବର ଟି ବିଷ୍ଣୁ ସାହୁ ଙ୍କ ମାଲିକାନା ରେ ଥିବା ଜଣା ପଡ଼ିଛି । ଫିଟନେସ୍ ର ଅବଧି ୧୮ ଡିସେମ୍ବର ୨୦୨୦ ଶେଷ ହୋଇଛି ଓ ଏହାର ଆର୍.ସି ର ସମୟ ସିମା ମଧ୍ଯ ୨୦୨୦ ଡିସେମ୍ବର ୧୮ ପର୍ଯ୍ଯନ୍ତ ରହିଥିଲା l ହେଲେ ଗାଡି ସିଜ୍ ହେବା ବଦଳେ ରେ ଅଫିସ କାର୍ଯ୍ଯରେ ଘୁରି ବୁଲୁଛି ଫିଟନେସ୍ ର ଅବଧି ନ ଥିବା ଗାଡି l ତେବେ ଫିଟନେସ୍ ନଥିବାର୍ ଗାଡି କେମିତି ଗୋଷ୍ଟି ଉନ୍ନୟନ କାର୍ଯ୍ୟାଳୟ ରେ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟ ପାଇଁ ଉଦ୍ୟମ ହେଉଛି ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ଯୋର ଧରିଛି l ତେବେ ଏଥିପ୍ରତି ଜିଲ୍ଲା ସଡକ ଓ ପରିବହନ ଅଧିକାରୀ କେବେ କାର୍ଯ୍ଯାନୁଷ୍ଠାନ ନେବେ ନାଁ ସରକାରୀ ସ୍ତରରେ ସଲା ସୁତୁରା ରେ ବାନ୍ଧି ହୋଇ କଥା ଟିକୁ ଚାପି ଦେବେ ତାହା ସମୟ କହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking