40.1 C
Bhubaneswar
Thursday, April 25, 2024
Homeଓଡିଶା ୬ରୁ ୮ ସପ୍ତାହ ପରେ ୩ୟ ଲହର

 ୬ରୁ ୮ ସପ୍ତାହ ପରେ ୩ୟ ଲହର

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି ବିଶେଷଜ୍ଞ କହିଛନ୍ତି । ୩ୟ ଲହର ନିଶ୍ଚିତ ଆସିବ ବୋଲି ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ଭାରତରେ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବ ।  କିଛି ରାଜ୍ୟ ଅନଲକ ଆରମ୍ଭ କରିଥିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି । ଲୋକ ଯଦି କୋଭିଡ ଗାଇଡଲାଇନ ନମାନନ୍ତି ତେବେ ଏହା ବ୍ୟାପକ ହେବ । ନିମୟ ମାନିବା ସହ ଟିକାକରଣ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ , ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୨୭ ଜଣଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୫୪ ଜଣ କ୍ଵାରେଣ୍ଟୀନର ହୋଇଥିବା ବେଳେ ୧୪୭୩ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ୧ କୋଟି ୩୦ ଲକ୍ଷ ୨୮ ହଜାର ୮୧୭ ଙ୍କର ଟେଷ୍ଟିଙ୍ଗ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୨୯ ହଜାର ୮୫୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଯେବେକି ବର୍ତ୍ତମାନ ସମୟରେ ୪୦ ହଜାର ୪୭୧ଟି ଆକ୍ଟିଭ କେଶ ରହିଛି । ଅନୁଗୁୁଳରୁ ୧୩୮, ବାଲେଶ୍ୱର ୨୬୧, ବରଗଡ଼ ୫୨, ଭଦ୍ରକ ୧୩୯, ବଲାଙ୍ଗୀର ୪୦, ବୌଦ୍ଧ ୩୧, କଟକ ୩୯୬, ଦେବଗଡ଼ ୨୨, ଢେଙ୍କାନାଳ ୭୮, ଗଜପତି ୨୭, ଗଞ୍ଜାମ ୨୬, ଜଗତସିଂହପୁର ୧୦୮, ଯାଜପୁର ୨୮୫, ଝାରସୁଗୁଡ଼ା୧୦,କଳାହାଣ୍ଡି୩୫,କନ୍ଧମାଳ୪୧,କେନ୍ଦ୍ରାପଡ଼ା୧୧୧,କେନ୍ଦୁଝର୪୭,ଖୋର୍ଦ୍ଧା ୫୫୩, କୋରାପୁଟ ୭୨, ମାଲକାନଗିରି ୩୮, ମୟୂରଭଞ୍ଜ ୧୬୨, ନବରଙ୍ଗପୁର ୬୦, ନୟାଗଡ଼ ୧୪୨, ନୂଆପଡ଼ା ୨୦, ପୁରୀ ୨୭, ରାୟଗଡ଼ା ୯୪, ସମ୍ୱଲପୁର ୩୨, ସୋନପୁର ୩୦, ସୁନ୍ଦରଗଡ଼ ୭୮ଜଣ ଓ ଷ୍ଟେଟ୍ ପୁଲରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking