36.1 C
Bhubaneswar
Saturday, May 4, 2024
Homeଖେଳଜୁନିୟର୍ ମହିଳା ନ୍ୟାସ୍‌ନାଲ୍ ହକି ଚାମ୍ପିଅନ୍‌ଶିପ୍ : କ୍ୱାର୍ଟର୍‌ଫାଇନାଲ୍‌ରେ ହାରିଲା ଓଡ଼ିଶା

ଜୁନିୟର୍ ମହିଳା ନ୍ୟାସ୍‌ନାଲ୍ ହକି ଚାମ୍ପିଅନ୍‌ଶିପ୍ : କ୍ୱାର୍ଟର୍‌ଫାଇନାଲ୍‌ରେ ହାରିଲା ଓଡ଼ିଶା

ସିମଡେଗା: ଏଠାରେ ଚାଲିଥିବା ଏକାଦଶ ହକି ଇଣ୍ଡିଆ ମହିଳା ନ୍ୟାସ୍‌ାଲନ୍ ଚାମ୍ପିଅନ୍‌ଶିପ୍ ୨୦୨୧ର ଏକ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଓଡ଼ିଶା ଦଳ ହରିୟାଣା ଠାରୁ ୫-୩ ଗୋଲ୍‌ରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛି । ବୁଧବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଆଟେନ୍ ଟପ୍ନୋ ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ । ତେବେ ପରବର୍ତ୍ତୀ ମିନିଟ୍‌ରେ ସୀମା ହରିୟାଣା ପକ୍ଷରୁ ଗୋଲ୍ କରି ସ୍ଥିତି ବରାବର କରିଥିଲେ । ପରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ସହ ୨୦ତମ ମିନିଟ୍‌ରେ ଜ୍ୟୋତି ଛତ୍ରୀଙ୍କ ଗୋଲ୍ ବଳରେ ଅଗ୍ରଣୀକୁ ୨-୧ କରିଥିଲା । ତେବେ ହାଫ୍ ଟାଇମ୍ ପରେ ହରିୟାଣା ଖେଳାଳି ଶକ୍ତିଶାଳୀ ଭାବେ ଆକ୍ରମଣ କରି ଲାଗ୍ ଲାଗ୍ ଗୋଲ୍ କରିଥିଲେ । ମୋନୁ (୩୨ ତମ ମିନିଟ୍‌), ଭାରତୀ (୪୦), ପିଙ୍କି (୪୩) ଏବଂ ମଞ୍ଜୁ (୪୯) ଗୋଲ୍ କରି ହରିୟାଣାକୁ ୫-୨ରେ ଅଗ୍ରଣୀ କରାଇଥିଲେ । ଆଟେନ୍ ଟପ୍ନୋ ୫୧ତମ ମିନିଟ୍‌ରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ କରି ବ୍ୟବଧାନକୁ ହ୍ରାସ କରିଥିଲେ ମଧ୍ୟ ହରିୟାଣା ବିଜୟକୁ ରୋକିବାରେ ଏହା ଯଥେଷ୍ଟ ନଥିଲା । ଏହି ବିଜୟ ସହ ହକି ହରିୟାଣା ସେମିଫାଇନାଲ୍‌ରେ ପ୍ରବେଶ କରିଛି ।

ବୁଧବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଆୟୋଜକ ହକି ଝାଡ଼ଖଣ୍ଡ ୬-୨ ଗୋଲ୍‌ରେ ହକି ପଞ୍ଜାବକୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା । ହାଫ୍ ଟାଇମ୍ ସୁଦ୍ଧା ସ୍ଥିତି ଗୋଲ୍‌ଶୂନ୍ୟ ଥିବାବେଳେ ଦ୍ୱିତୀୟାର୍ଦ୍ଧରେ ହିଁ ସମସ୍ତ ଗୋଲ୍ ହୋଇଥିଲା । ସେହିପରି ହରି ଚଣ୍ଡିଗଡ଼ ହକି ଆନ୍ଧ୍ରପ୍ରଦେଶ ବିପକ୍ଷରେ ୪-୧ର ସହଜ ବିଜୟ ହାସଲ କରିଥିବା ବେଳେ ହକି ମହାରାଷ୍ଟ୍ର ୫-୨ ଗୋଲ୍‌ରେ ହକି ଉତ୍ତର ପ୍ରଦେଶକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ୨୮ ତାରିଖରେ ହେବାକୁ ଥିବା ସେମିଫାଇନାଲ୍‌ରେ ହକି ହରିୟାଣା ହକି ଚଣ୍ଡିଗଡ଼କୁ ଏବଂ ହକି ଝାଡ଼ଖଣ୍ଡ ହକି ମହାରାଷ୍ଟ୍ରକୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking