33.1 C
Bhubaneswar
Saturday, April 27, 2024
Homeକର୍ପୋରେଟ୍ଜେଏସ୍‌ପିଏଲ୍‌କୁ ମହତ୍ମା ସମ୍ମାନ ୨୦୨୦

ଜେଏସ୍‌ପିଏଲ୍‌କୁ ମହତ୍ମା ସମ୍ମାନ ୨୦୨୦

ନୂଆ ଦିଲ୍ଲୀ : କୋଭିଡ-୧୯ ମହାମାରୀ ମୁକାବିଲାରେ ସ୍ଥାନୀୟ ପ୍ରଶାସନ ଓ ଲୋକମାନଙ୍କୁ ସହାୟତା କାର୍ଯ୍ୟ ନିମନ୍ତେ  ଭାରତର ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ  (ଜେଏସ୍‌ପିଏଲ୍‌)କୁ ମହାତ୍ମା ସମ୍ମାନ ୨୦୨୦ ପ୍ରଦାନ କାରାଯାଇଛି । ଆଜି ନୂଆଦିଲ୍ଲୀର ଇଣ୍ଡିଆ ଅଣ୍ଟରନେସନାଲ୍ ସେଣ୍ଟର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍ ସାମାଜିକ ଉପକ୍ରମ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

“ଏକ ଦାୟୀତ୍ୱସମ୍ପନ୍ନ କଂପାନୀ ଭାବରେ ଆମେ କୋଭିଡ-୧୯ ମହାମାରୀ ସମୟରେମିସନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ଏହାର ଉଦ୍ଦେଶ୍ୟ ଥିଲା ଯେପରି ଆମ ଚତୁର୍ପାଶ୍ୱରେ କେହି ଖାଲି ପେଟରେ ଶୋଇବେ ନାହିଁ । ତାହା ସହିତ ଏହି କଷ୍ଟକର ସମୟରେ ସ୍ଥାନୀୟ ଲୋକମାନଙ୍କ କିପରି ସେମାନଙ୍କ ରୋଜଗାର ସୁରକ୍ଷିତ ରଖି ପାରିବେ ସେଥି ନିମନ୍ତେ ମଧ୍ୟ ସାହୟତା କରିଥିଲୁ”, ବୋଲି ଶ୍ରୀମତି ଜିନ୍ଦଲ କହିଥିଲେ । ଏହି ସମ୍ମାନ ନିମନ୍ତେ ସେ ଜୁରୀ ସଦସ୍ୟ ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଲକ୍‌ଡାଉନ୍ ସମୟରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଓଡିଶା, ଛତିଶଗଡ, ଝାରଖଣ୍ଡ ଏବଂ ନୂଆ ଦିଲ୍ଲୀରେ ପାଞ୍ଚ ଲକ୍ଷରୁ ଅଧିକ ଖାଦ୍ୟ (ମିଲ) ଯୋଗାଇ ଦିଆଯାଇଥିଲା । ଫାଉଣ୍ଡେସନ୍ ପ୍ରୋତ୍ସାହିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନଙ୍କ ଦ୍ୱାରା ତିଆରି ହୋଇଥିବା ଦୁଇ ଲକ୍ଷରୁ ଅଧିକ ମାସ୍କ, ସାନିଟାଇଜର, ହ୍ୟାଣ୍ଡୱାସ୍ ମଧ୍ୟ ସ୍ଥାନୀୟ ଜନସାଧାରଣ, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହା ଦ୍ୱାରା ଏହି ମହିଳାମାନେ ମଧ୍ୟ ପ୍ରତ୍ୟକ ଦିନ ରୋଜଗାର କାରିବାରେ ସକ୍ଷମ ହୋଇଥିଲେ ।  ଏହି ସମୟରେ ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ କର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍ ଫାଉଣ୍ଡେସନ୍‌ର ଆଶା ଦ ହୋପ୍ କେନ୍ଦ୍ରଗୁଡିକ ଅନଲାଇନ୍ ଓ ହୋମ୍ ଭିଜିଟ୍ ମାଧ୍ୟମରେ ତାର ପୁନଃର୍ବାସ ଓ ଥେରାପୀ ସେବା ଜାରୀ ରଖିଥିଲା ।

ଏହା ସହିତ ବିଭିନ୍ନ କୋଭିଡ କେୟାର ଡାକ୍ତରଖାନାକୁ ଅକ୍ସିଜେନ ସିଲିଣ୍ଡର ଯୋଗାଇବା ସହିତ, ଜେଏସ୍‌ପିଏଲ୍ ପିଏମ୍ କେୟାର ଫଣ୍ଡକୁ ୨୫ କୋଟି ଟଙ୍କାର ସହାୟତା କରିଥିଲା ।

ଏହି ପୁରସ୍କାର ବିତରଣ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶ୍ରୀମତି ଜିନ୍ଦଲ ସିଏସଆର କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ନିମନ୍ତେ ବିଭିନ୍ନ କଂପାନୀକୁ ପୁରସ୍କାର ପ୍ରଦାନ ମଧ୍ୟ କରିଥିଲେ ।
କୋଭିଡ-୧୯ ମାହାମାରୀ ସମୟରେ କାର୍ଯ୍ୟ ପାଇଁ ଶ୍ରୀମତି ଶାଲୁ ଜିନ୍ଦଲଙ୍କୁ ନିକଟରେ ଇଣ୍ଡିଆ ସିଏସଆର ଲିଡରସିପ ସମିତରେ ଇମ୍ପାକ୍ଟ ଲିଡର ସମ୍ମାନ ପ୍ରଦାନ କରାଯାଇଥିଲା । ଗତବର୍ଷ ସିଏସଆର କ୍ଷେତ୍ରରେ ବଳିଷ୍ଠ ନେତୃତ୍ୱ ପାଇଁ ଶ୍ରୀମତି ଜିନ୍ଦଲଙ୍କୁ ମହାତ୍ମା ସମ୍ମାନ ୨୦୧୯ରେ ସମ୍ମାନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking