28.1 C
Bhubaneswar
Thursday, May 2, 2024
Homeଓଡିଶାମାଲକାନଗିରି ପୋଲିସଙ୍କ ବିରୋଧରେ ସାମ୍ବାଦିକ ସଂଘର କାର୍ଯ୍ୟାନୁଷ୍ଠାନ ଦାବି 

ମାଲକାନଗିରି ପୋଲିସଙ୍କ ବିରୋଧରେ ସାମ୍ବାଦିକ ସଂଘର କାର୍ଯ୍ୟାନୁଷ୍ଠାନ ଦାବି 

ମାଲକାନଗିରି : ଅତ୍ୟାଚାର ବିରୋଧରେ ଉତ୍କଳ ସାମ୍ବାଦିକ ସଂଘ ଓ ଏମ୍, ୟୁ, ଜେ ସାମ୍ବାଦିକ ସଂଘ ପକ୍ଷରୁ ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଲୟ ଆଗରେ ଧାରଣାରେ ବସିଛନ୍ତି  ମାଲକାନଗିରି ଦୁଇ ସଂଘର କର୍ମକର୍ତ୍ତା ମାନେ । ଦିନକୁ ଦିନ ପୋଲିସ ଅଧିକାରୀଙ୍କ ମନମୁଖୀ ଶାସନ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି କର୍ମରତ ସାମ୍ବାଦିକ ।  କାର୍ଯ୍ୟରତ ସାମ୍ବାଦିକଙ୍କ ନିରପେକ୍ଷ ସମ୍ବାଦ ପ୍ରକାଶ କରୁଥିବା ବେଳେ ଆକ୍ରଶ ମାନଭାବ୍ ଖଇରପୁଟ ବ୍ଲକ ମୁଦୁଲିପଡା ଥାନା  ସବଇନେସପେକ୍ଟର ଏସ, କେ, ସଗାନା କାର୍ଯ୍ୟରତ ସାମ୍ବାଦିକ  ପ୍ରସାଦ ନାୟକ ଙ୍କୁ ପୋଲିସ ର ଦୃବ୍ୟବହାର ଏକ ନିନ୍ଦନୀୟ କଥା । ସାମ୍ବାଦିକ ତାର ଶ୍ରମ ଦାନ କରି ନିଜ ଜୀବନ କୁ ବିପତିରର ପକାଇ ସେ ଖବର ସଂଗ୍ରହ କରେ ଲୋକଙ୍କ ସମସ୍ୟା କୁ ସରକାର ଙ୍କ ପାଖରେ ପହଞ୍ଚାଏ । କେବେ ପୋଲିସ ର ଦାଦାଗିରି ତ କେବେ ଅସାମାଜିକ ଲୋକଙ୍କ ଆକ୍ରମଣର ଶିକାର ହୁଅନ୍ତି । ସାମ୍ବାଦିକ  ପ୍ରସାଦ ନାୟକଙ୍କୁ  ଦୃବ୍ୟବହାର କରିଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଖୁବ କମ ସମୟ ରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଉତ୍କଳ ସାମ୍ବାଦିକ ସଂଘ ଦାବି କରୁଛି । ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ ଯଦି ଦୃଢ କାର୍ଯ୍ୟାନୁଷ୍ଠାନ ନହୁଏ ତାହା ହେଲେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ତୁରନ୍ତ ଏସ ଆଇ ସାଗନା ଙ୍କୁ ଗିରଫ କରାଯାଉ ନଚେତ୍ ଚାକିରୀରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ଯଦି ଟସ୍ ପଦକ୍ଷେପ ନିଆ ନଯାଇ ତାହାହେଲେ ଆମେ ଧାରଣାରୁ ବିରତି ନେବୁନାହିଁ ବୋଲି ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ଦୁର୍ଯ୍ୟଧନ ପାତ୍ର କହିଥିବା ବେଳେ ଏମ୍, ୟୁ, ଜେ ସାମ୍ବାଦିକ ସଂଘର ସଭାପତି ଗୋପିକୃଷ୍ଣ ପଟ୍ଟନାୟକ ଶ୍ରୀ ବାସ୍କର୍ ବେହେରା, ସତ୍ୟନାରାୟଣ ପଣ୍ଡା, ସିମଞ୍ଚଳ ପାଣିଗ୍ରାହୀ, ବିକ୍ରମ କେଶରୀ ପାଡି, ଶ୍ରୀନିବାସ ପାତ୍ର, ଶ୍ରୀକାନ୍ତ ସେଟି, ସମେତ ବହୁ ବରିଷ୍ଠ ସାମ୍ବାଦିକ ଧାରଣାରେ ବସିଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking