35.1 C
Bhubaneswar
Tuesday, April 23, 2024
Homeଓଡିଶାଅପହରଣ ପରେ ମନ୍ଦିରରେ ବିବାହ : ଝିଅର ବୟସକୁ ନେଇ ଦ୍ୱନ୍ଦ୍ୱ

ଅପହରଣ ପରେ ମନ୍ଦିରରେ ବିବାହ : ଝିଅର ବୟସକୁ ନେଇ ଦ୍ୱନ୍ଦ୍ୱ

 
ନୀଳଗିର : ନୀଳଗିରି ସଜନାଗଡ଼ସ୍ଥିତ ମା’ ଚଣ୍ଡୀ ମନ୍ଦିରରେ ଏକ ପ୍ରେମୀ ଯୁଗଳଙ୍କ ବିବାହ ହୋଇଛି । ତେବେ ଜାଲ୍ ପ୍ରମାଣପତ୍ରରେ ବିବାହ ହେଉଥିବା ଦର୍ଶାଇ ଝିଅର ପରବାର ଲୋକେ ମୁଖ୍ୟ ପୂଜକଙ୍କୁ ବିବାହ ନକରାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଫଳରେ ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ଅନୁସାରେ ସଦର ଥାନା ଅଧୀନ ରସାଳପୁର-ଭୀମପୁର ଗ୍ରାମର ଝିଅ ରସାଳପୁର କଲେଜର ଛାତ୍ରୀ । ତେବେ ଗତ ୩ରେ ବାଲିଆ-ସମଲପୁର ଅଞ୍ଚଳର ଜୟନ୍ତ ସିଂହ କଲେଜରୁ ଅପହରଣ କରି ନେଇଥିବା ଝିଅଘର ସଦର ଥାନାରେ ଅଭିଯୋଗ କରିଥିଲେ । ବୁଧବାର ପୁଅ-ଝିଅ  ସଜନାଗଡ଼  ଚଣ୍ଡୀ ମନ୍ଦିରରେ ବିବାହ କରିଥିବା ବେଳେ ଝିଅର ବୟସକୁ  ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପରିବାର ଲୋକେ ଝିଅର ବୟସ ହୋଇନାହିଁ, ତେଣୁ ବାହାଘର ବନ୍ଦ କରିବାକୁ ପୂଜକଙ୍କୁ ନେହୁରା ହୋଇଥିବାବେଳେ ଝିଅର ଆଧାର କାର୍ଡ  ଓ ପୁଅ ନିଜର ପାନକାର୍ଡ  ପ୍ରଦାନ କରିଥିବା ପୂଜକ ସୂଚନା ଦେଇଛନ୍ତି । କିନ୍ତୁ ପ୍ରକୃତରେ ଝିଅ ୧୮ ବର୍ଷ ହୋଇନଥିବା  ପରିବାର ବର୍ଗ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking