38.1 C
Bhubaneswar
Friday, April 26, 2024
Homeଓଡିଶାମାଘମେଳାର ଶେଷ ଦିନରେ ମୋହିତ କଲା ଖଞ୍ଜଣି ଭଜନ

ମାଘମେଳାର ଶେଷ ଦିନରେ ମୋହିତ କଲା ଖଞ୍ଜଣି ଭଜନ

ଢେଙ୍କାନାଳ : ମହାମାରୀ କରୋନାର ବିଭିନ୍ନ କଟକଣା ମଧ୍ୟରେ ୩ଦିନ ଧରି ଚାଲିଥିବା ବିଶ୍ୱପ୍ରଶିଦ୍ଧ ଯୋରନ୍ଦା ମାଘମେଳା ଇତି ମଧ୍ୟରେ ଶେଷ ହୋଇଯାଇଛି । ଅନ୍ତିମ ଦିନରେ ଗାଦିମନ୍ଦିରର ପଶ୍ଚିମ ଦ୍ୱାରରେ ପ୍ରଜ୍ୱଳିତ ହୋଇଥିଲା ୩୨ ଟି ଦୀପ ଶିଖା ବିଶିଷ୍ଟ ଝାଡଦୀପ । ବିଶ୍ୱକଲ୍ୟାଣ ଉଦେଶ୍ୟରେ ବିଭିନ୍ନ ଦିଗରୁ ଆସିଥିବା ସାଧୁସନ୍ଥମାନେ ଘୃତାହୁତି ପ୍ରଦାନ ପୁର୍ବକ ପ୍ରାର୍ଥନା କରିଥିଲେ । ଗାଦିମନ୍ଦିର ପରିସର ମହିମା ଅଲେଖ ଓ ଖଞ୍ଜଣି ଭଜନରେ ପ୍ରକମ୍ପିତ ହେବା ସହିତ ଲୋକଙ୍କ ମନ ମୋହିତ କରିଥିଲା । ସେହିପରି ଗାଦିମନ୍ଦିର ପୁର୍ବଦ୍ୱାରରେ ସୁନାରୁପାର ଛତ୍ରୀ, ଅଢେଣୀ, ତରାସ, ମକରତ୍ରୋଣ ଦୁଇଦିନ ଧରି ପ୍ରଦର୍ଶିତ ହୋଇଥିଲା ।

କରୋନା ସଂକ୍ରମଣ ଏଡାଇବାକୁ ପ୍ରଶାସନିକ ନିଷ୍ପତି ଅନୁଯାଇ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜିତ କରାଯାଇଥିଲା । ସିମିତ ଜନସମାଗମ ଓ ଜିଲ୍ଲା ମଧ୍ୟର ସାଧୁସନ୍ଥକୁ ନେଇ ପାଳିତ ହୋଇଥିଲା ଏହି ମେଳା । ଜିଲ୍ଲା ତଥା ରାଜ୍ୟ ବାହାର ସାଧସନ୍ଥ ଓ ଭକ୍ତ ମାନଙ୍କ ଆଗମନ ଉପରେ କଟକଣା ଲାଗାଯାଇଥିଲା । କେବଳ ନୀତିକାନ୍ତି ସମାପନ କରିବାକୁ କୋଭିଡ୍ ନେଗେଟିଭ୍‌ଧାରୀ ୬୦ ଜଣ ସାଧୁସନ୍ଥକୁ ଅନୁମତି ପ୍ରଦାନ କରାଯାଇଥିଲା । ଶେଷ ଦିନରେ ସ୍ଥାନୀୟ ତଥା ଆଖ ପାଖ ଗ୍ରାମର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ସାମୁହିକ ପ୍ରାର୍ଥନା କରିବା ସହିତ ବିଭିନ୍ନ ଖଞ୍ଜଣି ଭଜନ ମଧ୍ୟ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking