34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବନବିଭାଗର ମିଳିତ ଚଢ଼ାଉ; ୧୪ଟି ଶାଳଗଣ୍ଡି ଜବତ

ବନବିଭାଗର ମିଳିତ ଚଢ଼ାଉ; ୧୪ଟି ଶାଳଗଣ୍ଡି ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଭଗାମୁଣ୍ଡା ବନବିଭାଗ ଅଧିନସ୍ଥ ଶରତସାହି ନିକଟସ୍ଥ ଜଙ୍ଗଲରେ ବନବିଭାଗର ମିଳିତ ଚଢ଼ାଉ ୧୪ଟି ଶାଳଗଣ୍ଡି ଜବତ୍ । ସୂଚନା ଅନୁଯାୟୀ ମଙ୍ଗଳବାର ଉକ୍ତ ଜଙ୍ଗଲରୁ କାଠ ଚୋର ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଡିଏଫଓ ଅଜିତ କୁମାର ସତପଥି ଖବର ପାଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ, ଭଗାମୁଣ୍ଡା, ହରିଚନ୍ଦନପୁର ବନପାଳ ସମେତ ବନକର୍ମଚାରୀ ମିଳିତ ଭାବେ ରାତି ୧ଘଟିକା ସମୟରେ ଉକ୍ତ ଜଙ୍ଗଲରେ ଅଚାନକ୍ ଭାବେ ଚଢ଼ାଉ କରିଥିଲେ । ଉକ୍ତ ଚଢ଼ାଉର ସୂଚନା ପାଇ ମାଫିଆମାନେ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଚାଲାଣ ହେବାକୁଥିବା ୧୪ଖଣ୍ଡ ଶାଳଗଣ୍ଡି ଜବତ୍ ହୋଇଛି । ଜବତ ହୋଇଥିବା ୧୪ଟି ଶାଳଗଣ୍ଡିର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କା, ଓ ଉକ୍ତ କାଠଗୁଡିକ ଏକ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିବା ବନପାଳ ବୁଦ୍ଧଦେବ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking