28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବିଜୁ ଯୁବ ଜନତା ଦଳ ପକ୍ଷରୁ ବିକ୍ଷୋଭ

ବିଜୁ ଯୁବ ଜନତା ଦଳ ପକ୍ଷରୁ ବିକ୍ଷୋଭ

ରାୟଗଡା: ଲେଖାଶ୍ରୀ ଙ୍କ ମନ୍ତବ୍ୟ କୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀ ଦେବାଶିଷ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୁରୀ ଧାମ କୁ ନେଇ ସାଢ଼େ ଚାରିକୋଟି ଓଡିଶାବାସୀଙ୍କ ହୃଦୟକୁ ଆଘାତ କଲା ଭଳି କଟୁ ମନ୍ତବ୍ୟ ତଥା ଓଡ଼ିଶା ପ୍ରତି ଆସମ୍ମାନ କୁ ନେଇ ଏକ ବିକ୍ଷୋଭ ସହ ଏ ସମ୍ପର୍କରେ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଚେୟାରମ୍ୟାନ ଶ୍ରୀ ଗଙ୍ଗାଧର ପୁଆଲା ସମେତ ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ଜ୍ୟୋତି ପ୍ରସାଦ ସାହୁ,ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ଅବିନାଶ ବିଶୋୟୀ, ଯୁବନେତା ଜଗନ୍ନାଥ ଦୋରା, ସନ୍ତୋଷ ରଥଙ୍କ ସମେତ ଶତାଧିକ ଯୁବ ଏବଂ ଛାତ୍ର କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking