30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକେନ୍ଦ୍ରାପଡାରେ 'ପୌଷ୍ୟ ସନ୍ତାନ ସଚେତନ ରଥ' ଆରମ୍ଭ

କେନ୍ଦ୍ରାପଡାରେ ‘ପୌଷ୍ୟ ସନ୍ତାନ ସଚେତନ ରଥ’ ଆରମ୍ଭ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଆଜି ଠାରୁ ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ବୁଲିବା ଆରମ୍ଭରୁ ହୋଇଛି। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳକୁ ଯାଇ ପୌଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି। କୌଣସି ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ କୌଣସି ଶିଶୁକୁ ଦେଖିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ୱାଇଲ୍ଡ ଲାଇନ୍ କୁ ଖବର ଦେଲେ ଶିଶୁକୁ ଉଦ୍ଧାର କରାଯାଇ ଉପଯୁକ୍ତ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ଶିଶୁ ସୁରକ୍ଷା ସପ୍ତାହ ପାଳନର ଶେଷ ଦିନରେ ଆଜି ଏହି ରଥ ବାହାରିଛି ତିନି ଦିନ ଧରି ସମଗ୍ର ଜିଲ୍ଲା ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚେତନତା ବାରତା ବାଣ୍ଟିବା। ଜିଲ୍ଲାପାଳ ସମର୍ଥ ବର୍ମା ରଥ ପରିକ୍ରମାର ଉଦଘାଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking