30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକାର୍ଯ୍ୟରତ ଏ.ଏନ.ଏମ୍ ଙ୍କ ଧାରଣା

କାର୍ଯ୍ୟରତ ଏ.ଏନ.ଏମ୍ ଙ୍କ ଧାରଣା

ମୟୂରଭଞ୍ଜ: ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ମହିଳା ସ୍ୱାସ୍ଥ୍ୟକର୍ମୀ ( ଏ.ଏନ.ଏମ୍ )ଙ୍କ ଧାରଣା। ନିଯୁକ୍ତି ସମୟରେ କରିଥିବା ଚୁକ୍ତି ଅବଧିପୂରଣ ହେବା ଯୋଗୁଁ ଚାକିରୀ ହରାଇ ଥିବାରୁ ପ୍ରତିବାଦରେ ପୁନଃ ନିଯୁକ୍ତି ସହିତ ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ବସିଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ (ANM)ମାନେ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କୋଭିଡ଼ କେୟାର ହୋମ (ସିସିଏଚ)ରେ ନିଯୁକ୍ତି ପାଇ କାର୍ଯ୍ୟରତ ଥିବା 402 ଜଣ ଏଏନଏମ ମାନେ ଆଜି ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜିଲ୍ଲାର ଥିବା ବିଭିନ୍ନ କୋଭିଡ କେୟାର ହୋମରେ ୩ ମାସ ପାଇଁ ଅସ୍ଥାୟୀ ଭାବେ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ସମସ୍ତ କୋଭିଡ଼ କେୟାର ହୋମ ବନ୍ଦ ନିଷ୍ପତ୍ତି ପରେ ସେମାନଙ୍କ ନିଯୁକ୍ତି ବନ୍ଦ ହୋଇଯାଇଥିଲା। ଏହାର ପ୍ରତିବାଦକରି ପୁନଃ ନିଯୁକ୍ତି ଦାବି ସହିତ ବକେୟା 03 ମାସର ଦରମା ତୁରନ୍ତ ପ୍ରଦାନ ଦାବିରେ ଶତାଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ଜିଲ୍ଲା ମୁଖ୍ୟ ଜନସ୍ଵାସ୍ଥ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହା ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଖାଲି ପଡିଥିବା ଏଏନଏମ୍ ପଦବୀରେ ପୁନଃ ନିଯୁକ୍ତି ଉପରେ ଗୁରୁତ୍ୱ ପ୍ରଦାନ ସହ ବକେୟା ଥିବା ୩ ମାସର ଦରମାକୁ ଯଥାଶୀଘ୍ର ପୈଠ କରିବା ନିଷ୍ପତି ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି।

ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦେଉଥିବା ସତର୍କ ସୂଚନା ଅନୁଯାୟୀ ଚଳିତ ଶୀତ ଋତୁରେ କରୋନା ପ୍ରଭାବ ବିସ୍ତାର କରିବାର ଆଶଙ୍କା ରହିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି। ଏଭଳିଏକ ଘଡିସନ୍ଧି ସମୟରେ ଅଧିକରୁଅଧିକ ANM ଓ GNM ଙ୍କୁ ନିଯୁକ୍ତ କରି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବା ବଦଳରେ ନିଯୁକ୍ତି ବାତିଲ କରିବା ଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି। ସରକାରଙ୍କ ଏଭଳି ନିଷ୍ପତ୍ତି ନିରୀହ ଗରିବ ଲୋକଙ୍କୁ ମିଳୁଥିବା ମାଗଣା ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ନିଶ୍ଚିତ ପ୍ରଭାବିତ କରି କରୋନା କାୟବିସ୍ତାର କରିବାର ଆଶଙ୍କା ସୃଷ୍ଟି କରୁଥିବା ବେଳେ ସରକାର ଏବଂ ସ୍ବାସ୍ଥ୍ୟବିଭାଗ ଏଭଳି ନିଷ୍ପତ୍ତିରୁ ନିବୃତ୍ତ ରହିବା ଉଚିତ ହେବ। ଯଦି କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିଯାଇଛି ବୃଦ୍ଧି ପାଇବାର ସମ୍ଭାବନା ନାହିଁ ବୋଲି ସରକାର ଅନୁଭବ କରୁଛନ୍ତି ତେବେ ସମସ୍ତ କ୍ଷେତ୍ରକୁ କଟକଣା ମୁକ୍ତ ଘୋଷଣା କରାଯାଉ ବୋଲି ବିଭିନ୍ନ ମହଲରେ ଆଲୋଚନା ଛଳରେ ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking