41.1 C
Bhubaneswar
Sunday, April 28, 2024
Homeଓଡିଶାଜେଲ୍‌ରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି

ଜେଲ୍‌ରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି

ଭୁବନେଶ୍ୱର : ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଅଭିଯୁକ୍ତ ତଥା ବିଚାରଧୀନ କଏଦୀଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ୱାର୍ଡରମାନେ ସଂଘବଦ୍ଧ ଭାବେ ମାଡ଼ମାରୁଛନ୍ତିି । ଏନେଇ ଝାରପଡ଼ା ଜେଲରେ ଥିବା ବିଚାରାଧୀନ କଏଦୀ ରାକେଶ ବେହେରା ଜେଲରୁ ଫେରିଥିବା ଜଣେ ଛାତ୍ରନେତା ତଥା ବାଣୀବିହାରର ପୂର୍ବତନ ସଭାପତି ମହେଶ ପ୍ରସାଦଙ୍କ ଜରିଆରେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସେ କଏଦୀମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହେଉଥିବାରୁ ଘଟଣାର ତଦନ୍ତ କରାଯିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଏନେଇ ମହେଶ ପ୍ରସାଦ ଶନିବାର ଏକ ଖବରଦାତା ସମ୍ମିଳନୀରେ ଡକାଇ ଜେଲର କଳାକାହାଣୀ ବଖାଣିଛନ୍ତି ।

ଅଭିଯୁକ୍ତ ରାକେଶ ବେହେରାଙ୍କ ଅଭିଯୋଗ ଅନୁସାରେ, ୨୦୨୦ ନଭେମ୍ବର ୧୧ରେ ଜେଲ୍ ଭିତରେ ଓକିଲଙ୍କୁ ଫୋନ କରିବାକୁ ଅପେକ୍ଷା କରିଥିଲେ । ପ୍ରଥମ ଥର ରିଂ ହୋଇଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ । ଫଳରେ ଦ୍ୱିତୀୟ ଥର କଲ କରିଥିଲି । ରିଂ ହେଉଥିବାବେଳେ ୱାର୍ଡର ଜୟପ୍ରକାଶ ପ୍ରଧାନ ଫୋନ ଛଡାଇନେଲେ । ଏହାକୁ ବିରୋଧ କରିବାକୁ ତାଙ୍କୁ ସର୍ବ ସମ୍ମୁଖରେ ୱାର୍ଡର ମାଡ଼ମାରିଥିଲେ । ଏପରିକି ତାଙ୍କୁ ନିମ୍ନ ଜାତିର ବୋଲି ଆକ୍ଷେପ ମଧ୍ୟ କରିଥିଲେ । ମାଡ଼ ଭୟରେ ସେ ନିଜ ୱାର୍ଡକୁ ପଳାଇ ଯିବାରୁ ୮ରୁ ୧୦ଜଣ ୱାର୍ଡର ୱାର୍ଡକୁ ଆସି ତାଙ୍କୁ ମାଡ଼ମାରିଥିଲେ । ଫଳରେ ଏପର୍ଯ୍ୟନ୍ତ ଅର୍ଥାତ ୫ମାସ ପରେ ମଧ୍ୟ ବାମ ହାତ ଠିକଭାବେ କାମ କରୁନାହିଁ । ବାମ ହାତ, ଡାହାଣ ହାତ ଓ ପିଠିରେ ମାଡ଼ ଦାଗ ରହିଛି । ଯାହାକି ଏବେ ଅନୁଧ୍ୟାନ କରାଯିବାକୁ ରାକେଶ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଗତ ନଭେମ୍ବର ୧୪ ରାତି ସାଢେ ୭ଟାରେ ତାଙ୍କୁ ହସ୍ପିଟାଲ ନେଇଥିଲେ ଓ ଏକ ନିର୍ଦ୍ଦିଷ୍ଟ ଓøଷଧ ଖାଇବାକୁ ବାଧ୍ୟ କରିଥିଲେ । ମନା କରିବାରୁ ତାଙ୍କୁ ଜେଲ ଭିତରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ବିଦ୍ୟୁତ୍ ସକ୍ ସହ ଇଞ୍ଜେକସନ ଦେଇଦେବାକୁ ଧମକ ଦେଇଥିଲେ । ଏହାଦ୍ୱାରା ଜଣେ କଏଦୀର ମାନସିକ ସ୍ଥିତି କିପରି ପରିବର୍ତ୍ତନ ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହିପରି ନିର୍ଯାତନା ଦ୍ୱାରା ଜଣେ କଏଦୀର ମାନବିକ ଅଧିକାର କ୍ଷୁଣ୍ଣ ହେଉଛି । ତାଙ୍କ ପରି ଅନ୍ୟ କଏଦୀଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଛି । ତାଙ୍କୁ ୱାର୍ଡରମାନେ ମାଡ଼ ମାରିଥିବାବେଳେ ଅନ୍ୟ ଅଭିଯୁକ୍ତ ଜିତୁ ରଞ୍ଜନ ଖଟେଇ, ରାକେଶ ମହାନ୍ତି, ଗୋପୀନାଥ ନାୟକ, ଲିଙ୍ଗରାଜ ବାରିକ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି । ଏହି ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମାନବିକ ଅଧିକାର ରକ୍ଷା କରିବାକୁ ରାକେଶ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠରେ ଉଲ୍ଲେଖ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking