24.1 C
Bhubaneswar
Monday, May 13, 2024
Homeଓଡିଶାବିଦ୍ୟୁତ ଆଘାତରେ ୨ କର୍ମଚାରୀ ମୃତ

ବିଦ୍ୟୁତ ଆଘାତରେ ୨ କର୍ମଚାରୀ ମୃତ

ନୂଆଗଡ : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ଗ୍ରାମ ଠାରେ ଜଣେ ଠିକାଦାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଡ଼େଇସିଂ ଗ୍ରାମର ଏବେଲ ଗମାଙ୍ଗ(୨୨) ବିଦ୍ୟୁତ ଠିକାଦାର ପି.ଅଶୋକ କୁମାରଙ୍କ ନିକଟରେ କିଛି ଦିନ ହେଲା କାମ କରି ଆସୁଥିଲେ । ଖଜୁରୀପଦା ଗ୍ରାମ ସ୍ଥିତ ଡିପଲ୍ ସ୍କୁଲରେ ବିଦ୍ୟୁତ କାମ ଚାଲିଥିବାକୁ ନେଇ କାର୍ଯ୍ୟର ତଦାରଖ କରୁଥିଲେ ।

ଏବେଲ ଗମାଙ୍ଗ ଏହି ସମୟରେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଷରେ ଆସି ବିଦ୍ୟୁତ ପୋଲ ଉପରୁ ପଡ଼ିଯାଇ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଖଜୁରୀପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପ୍ରଜ୍ଞା ପାଢ଼ୀ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାପାଇଁ ପରାମର୍ଶ ଦେଇଥିଲେ । ସେଠାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସିତ ସମୟରେ ଏବେଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବରପାଇ ଖଜୁରୀପଦା ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ସଦଳେବଳେ ପହଞ୍ôଚ ଘଟଣାର ତଦନ୍ତ ଜାରିରଖିଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ଅଂଚଳରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍ ଆଘାତରେ ଏକ ଠିକା କମ୍ପାନୀର ଜଣେ କର୍ମଚାରୀଙ୍କ ମୃତ୍ୟୁଘଟିଛି । ଦାରିଙ୍ଗବାଡ଼ି ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ,  ଆଲାରି ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରକସନ୍ କମ୍ପାନୀ ନାମରେ ଚାଲିଥିବା ଏକ ଠିକା ସଂସ୍ଥାରେ କାର୍ଯ୍ୟରତ ଜଣେ ଶ୍ରମିକ ଆଜି କାମ କରିବା ସମୟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ତ୍ରିନାଥ ଛତର । ମୃତ ତ୍ରିନାଥ ଉକ୍ତ ଠିକା ସଂସ୍ଥାରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking