28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜମ୍ମୁ କାଶ୍ମୀରରେ ଭୂସ୍ଖଳନ, ସ୍କିୟର ମୃତ; ଅନ୍ୟ ଜଣେ ନିଖୋଜ, ସର୍ଚ୍ଚ ଅପରେସନ୍ ଜାରି

ଜମ୍ମୁ କାଶ୍ମୀରରେ ଭୂସ୍ଖଳନ, ସ୍କିୟର ମୃତ; ଅନ୍ୟ ଜଣେ ନିଖୋଜ, ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର:  ଜମ୍ମୁ-କାଶ୍ମୀରର ଗୁଲମାର୍ଗ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଘଟଣାରେ ଜଣେ ରୁଷୀୟ ସ୍କି ଡାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବିଦେଶୀ ସ୍କି ଡାଇଭର ନିଖୋଜ ରହିଥିବା ଜଣାପଡିଛି । ନିଖୋଜ ବିଦେଶୀ ସ୍କି ଡାଇଭରଙ୍କୁ ଖୋଜିବା ପାଇଁ ସେନା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ତେବେ ରିପୋର୍ଟ ଲେଖାହେବା ବେଳକୁ ଉଦ୍ଧାରକାରୀ ଦଳ ଅନ୍ୟ ୬ଜଣ ସ୍କି ଡାଇଭରଙ୍କୁ ଘଟଣାସ୍ଥଳରୁ ବିପଦଜନକ ଅବସ୍ଥାରେ ଉଦ୍ଧାର କରିଥିବା ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିବା ଜଣାପଡିଛି । ଗୁଲମାର୍ଗର ଖିଲାନମାର୍ଗ ଅଞ୍ଚଳରେ ମାତ୍ରାଧିକ ତୁଷାରପାତ ଯୋଗୁ ଏଠାରେ ସ୍କି ଡାଇଭିଂ କରିବା ପାଇଁ ପେଶାଦାର ସ୍କି ଡାଇଭରମାନେ ଇଚ୍ଛା ପ୍ରକାଶ କରିଥାନ୍ତି । ଏହି ଉଦ୍ଦେଶ୍ୟରେ ଏଠାକୁ ୭ ରୁଷୀୟ ସ୍କି ଡାଇଭର ଏବଂ ଜଣେ ସ୍ଥାନୀୟ ଗାଇଡ୍‌ଙ୍କୁ ମିଶାଇ ୮ ଜଣିଆ ଏକ ସ୍କି ଡାଇଭିଂ ଟିମ୍ ଆସିଥିଲେ । କିନ୍ତୁ ସେମାନେ ସ୍ଥାନୀୟ ପ୍ରଶାସନକୁ ଏସମ୍ପର୍କରେ କୌଣସି ପ୍ରକାର ସୂଚନା ଦେଇନଥିଲେ କି ସହାୟତା ନେଇନଥିଲେ । ମୃତ ରୁଷୀୟ ସ୍କି ଡାଇଭରଙ୍କ ନାମ ଆଣ୍ଟୋନ୍ ଏବଂ ତାଙ୍କ ବୟସ ୫୦ବର୍ଷ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking