27.1 C
Bhubaneswar
Saturday, July 27, 2024
Homeଖେଳଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‌; ବିଜୟ ଲକ୍ଷ୍ୟରେ ଉଭୟ ଟିମ୍‌

ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‌; ବିଜୟ ଲକ୍ଷ୍ୟରେ ଉଭୟ ଟିମ୍‌

ରାଞ୍ଚି : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଆସନ୍ତାକାଲି ଠାରୁ ରାଞ୍ଚିରେ ଖେଳାଯିବ । ରାଜକୋଟରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ମ୍ୟାଚ୍‌କୁ ଏକତରଫା ଭାବେ ନିଜ ନାମରେ କରିଥିବା ଟିମ୍ ଇଣ୍ଡିଆ ୨-୧ ଆଗୁଆ ରହିଛି । ଏପରି ସ୍ଥିତିରେ ଟିମ୍ ଇଣ୍ଡିଆ ଚତୁର୍ଥ ମ୍ୟାଚ୍ ଜିତି ସିରିଜ୍‌ରେ ଅଜେୟ ଅଗ୍ରଣୀ ଲାଭ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ରାଞ୍ଚି ଟେଷ୍ଟ୍‌ରେ ପ୍ରତ୍ୟାବର୍ତ୍ତନ ସହ ସିରିଜ୍ ୨-୨ କରିବା ଉପରେ ଇଂଲଣ୍ଡର ନଜର ରହିବ ।

ଏଥିପାଇଁ ଇଂଲଣ୍ଡ ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିବା ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ଫାଷ୍ଟ୍ ବୋଲର୍ ମାର୍କ ଉଡ୍ ଏବଂ ଲେଗ୍ ସ୍ପିନର୍ ରେହାନ୍ ଅହମଦଙ୍କ ସ୍ଥାନରେ ପେସର୍ ଓଲି ରବିନ୍‌ସନ୍ ଓ ଅଫ୍ ସ୍ପିନର୍‌ଙ୍କୁ ଟିମ୍‌ରେ ସାମିଲ କରିଛି । ରାଞ୍ଚି ୱିକେଟ୍‌ରେ ରବିନ୍‌ସନ୍ ଇଂଲଣ୍ଡ ପାଇଁ ଉନ୍ନତ ବିକଳ୍ପ ହୋଇପାରନ୍ତି ବୋଲି କ୍ୟାପ୍‌ଟେନ୍ ବେନ୍ ଷ୍ଟୋକ୍ସ ଭାବୁଛନ୍ତି । ଅନ୍ୟପକ୍ଷରେ ପ୍ରାରମ୍ଭିକ ତିନିଟି ମ୍ୟାଚ୍‌ରେ ବୋଲିଂ କରିପାରି ନଥିବା ଷ୍ଟୋକ୍ସ ମଧ୍ୟ ରାଞ୍ଚି ଟେଷ୍ଟ୍‌ରେ ବୋଲିଂ କରିବାର ସମ୍ଭାବନା ରହିଛି । କାରଣ ଟିମ୍‌ର ଅଭ୍ୟାସ ସେସନ୍‌ରେ ତାଙ୍କ ବୋଲିଂ କରୁଥିବାରୁ ଏହି ସମ୍ଭାବନା ସୃଷ୍ଟି ହୋଇଛି ।

ସେହିପରି ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଜସ୍‌ପ୍ରୀତ୍ ବୁମ୍‌ରାଙ୍କ ରୂପେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବୁମ୍‌ରାଙ୍କୁ କାର୍ଯ୍ୟଭାର ଯୋଗୁଁ ଚତୁର୍ଥ ଟେଷ୍ଟ୍‌ର ସ୍କ୍ୱାଡ୍‌ରୁ ରିଲିଜ୍ କରିଦିଆଯାଇଛି । ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ  ସାମିଲ କରାଯାଇଛି । ଫଳରେ ମହମ୍ମଦ ସିରାଜ୍‌ଙ୍କ ସହ ମୁକେଶ କୁମାର କିମ୍ବା ଆକାଶ ଦୀପଙ୍କ ମଧ୍ୟରୁ ଜଣକୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ଏପରି ବି ହୋଇପାରେ ଟିମ୍ ଇଣ୍ଡିଆ ଚାରିଜଣ ସ୍ପିନର୍ ଏବଂ ଜଣେ ପେସର୍‌ଙ୍କ ସହ ପଡ଼ିଆକୁ ଓହ୍ଲାଇପାରେ । ତେବେ ଆସନ୍ତାକାଲି ଏହାର ଚିତ୍ର ସ୍ପଷ୍ଟ ହୋଇଯିବ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଯଶସ୍ୱୀ ଜୟସ୍ୱାଲ୍‌, ରୋହିତ ଶର୍ମା (କ୍ୟାପ୍‌ଟେନ୍‌), ଶୁବମନ ଗିଲ୍‌, ରଜତ ପାଟିଦାର, ସର୍ଫରାଜ ଖାନ୍‌, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ୍ (ୱିକେଟ୍‌କିପର୍‌), ଆର୍ ଅଶ୍ୱିନ, କୁଲଦୀପ ଯାଦବ, ମୁକେଶ କୁମାର/ଆକାଶ ଦୀପ, ମହମ୍ମଦ ସିରାଜ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking