37.1 C
Bhubaneswar
Sunday, April 28, 2024
Homeଓଡିଶାମହାଦେବଙ୍କୁ ପୂଜା ଅର୍ଜନା ପାଇଁ ଶ୍ରଦ୍ଧାଳୁମାନଙ୍କ ଲମ୍ବା ଧାଡି

ମହାଦେବଙ୍କୁ ପୂଜା ଅର୍ଜନା ପାଇଁ ଶ୍ରଦ୍ଧାଳୁମାନଙ୍କ ଲମ୍ବା ଧାଡି

ଯାଜପୁର (ଓଏନଏ) : ବାଲି ଖୋଳୁ ଖୋଳୁ ବାହାରିଲେ ଦେଵ ଦେଵ ମହାଦେବ । ଶିବରାତ୍ରି ଦିନରେ ଶିବ ଲିଙ୍ଗ ନଦୀ ଗର୍ଭ ଦୃଶ୍ୟମାନ ହୋଇଥିଲା l ସିଦ୍ଧେଶ୍ୱର ମନ୍ଦିରର ପୂଜକମାନେ ଦେଖି ପୂଜା କରିଥିଲେ ନଦୀଜଳ କମି ଯିବାରୁ ସମ୍ପୂର୍ଣ ଶିବଲିଙ୍ଗ ଦେଖାଯାଉଛି l ନଦୀ ଗର୍ଭରେ ଶିବଲିଙ୍ଗ ଅମୁହାଁ ମନ୍ଦିରକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏହାର ରହସ୍ୟ କ’ଣ ରହିଛି ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଉଛି l ସିଦ୍ଧେଶ୍ଵର ମନ୍ଦିର ନିକଟରେ ଆଉ ଏକ ମନ୍ଦିର ଥିଲା ନଦୀର ଗତି ପରିବର୍ତନ ଯୋଗୁ ମନ୍ଦିର ନଦୀ ଗର୍ଭରେ ଲୀନହୋଇ ଯାଇ ଥିଲାବୋଲି ଅନୁମାନ କରାଯାଉଛି l

ମାଳିକାରେ ସିଦ୍ଧେଶ୍ୱର ମହାଦେବଙ୍କ ସମ୍ପର୍କରେ ଅନେକ କଥା ଉଲେଖ ରହିଛି, ଏ ସମ୍ପର୍କ  ଗବେଷଣା ହେଲେ ରହସ୍ୟ ଉନ୍ମୋଚନ ହୋଇ ପାରେ ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ତ ସିଧେଶ୍ୱର ପୀଠ ନିକଟରେ ଥିବା ବୈତରଣୀ ନଦୀ ଗର୍ଭରୁ ଗୋଟିଏ ଶିବଲିଙ୍ଗ ବାହାରିଥିବା ବେଳେ ଆଉ ଦୁଇଟି ମନ୍ଦିରର ମୁଖୁଚୁଳା ମଧ୍ୟ ଦୃଶ୍ୟମାନ ହେଉଛି । ବୈତରଣୀ ନଦୀ ଗର୍ଭରୁ ଉପରକୁ ଉଠିଥିବା ମହାଦେବଙ୍କ ଶିବଲିଙ୍ଗ ଏବଂ ଦୁଇଟି ମନ୍ଦିରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି । ତେବେ ଏହି ଶିବ ଲିଙ୍ଗ ଏବଂ ମନ୍ଦିରର ସୁରକ୍ଷା ପାଇଁ ଦାବି କରିଛନ୍ତି ସିଧେଶ୍ୱର ମନ୍ଦିରର ସେବାୟତ । ଏହି ଲିଙ୍ଗର ଉଚ୍ଚତା ତିନି ଫୁଟ ହେବ। ମନ୍ଦିର ଏବଂ ଲିଙ୍ଗର ସୁରକ୍ଷା ପାଇଁ ପ୍ରତ୍ନତତ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିଛି ଜିଲା ପ୍ରଶାସନ । ତେଣୁ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା ତୁରନ୍ତ ନିଜ ଅଧିନକୁ ନେଇ ନଦୀରୁ ଆଵିସ୍କୃତ ମନ୍ଦିର ଓ ଶିବ ଲିଙ୍ଗ ସ୍ଥାନକୁ ଉତଖନନ କରି ଏହା ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking