37.1 C
Bhubaneswar
Sunday, April 28, 2024
Homeଓଡିଶାଇମ୍ପାକୁ ମିଳିଲା କଳିଙ୍ଗ ନିରାପତ୍ତା ସମ୍ମାନ - 2020

ଇମ୍ପାକୁ ମିଳିଲା କଳିଙ୍ଗ ନିରାପତ୍ତା ସମ୍ମାନ – 2020

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକାରେ ଖଣି ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନିମନ୍ତେ ଇମ୍ଫା ପରିଚାଳିତ ସୁକିନ୍ଦା କ୍ରୋମାଇଟ ଖଣି ଓ ମହାଗିରି କ୍ରୋମାଇଟ ଖଣି ମର୍ଯ୍ୟଦାଜନକ କଳିଙ୍ଗ ନିରାପତ୍ତା ସମ୍ମାନ -୨୦୨୦ ଲାଭ କରିଛି l ଭୁବନେଶ୍ୱରଠାରେ ଓଡିଶା ରାଜ୍ୟ ସୁରକ୍ଷା ସମ୍ମିଳନୀ -୨୦୨୦ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଡ. ବିଷ୍ନୁପଦ ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁକିନ୍ଦା ଖଣି ପରିଚାଳକ ମନୋଜ କୁମାର ସାମଲଙ୍କୁ ରୌପ୍ୟ ଫଳକ ଓ ମହାଗିରି ଖଣି ପରିଚାଳକ ଜଳନ୍ଧର ପାତ୍ରଙ୍କୁ ତାମ୍ର ଫଳକ ପ୍ରଦାନ କରି ଏହି ସମ୍ମାନରେ ସମ୍ମାନିତ କରିଥିଲେ l ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ସର୍ବଦା ସୁରକ୍ଷାକୁ ପ୍ରାଥମିକତାଦେଇ କାର୍ଯ୍ୟ କରୁଥିବାରୁ ଏହି ସମ୍ମାନ ଲାଭକରି ନିଜର ସ୍ୱତନ୍ତ୍ରତା ସୃଷ୍ଟି କରି ପାରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking