28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିଜେପି ସାଂସଦଙ୍କ ଆତ୍ମହତ୍ୟା !

ବିଜେପି ସାଂସଦଙ୍କ ଆତ୍ମହତ୍ୟା !

ନୂଆଦିଲ୍ଲୀ : ବିଜେପି ସାଂସଦ ରାମ ସ୍ୱରୁପ ଶର୍ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦିଲ୍ଲୀ ସ୍ଥିତ ତାଙ୍କ ବସଭବନ ଗୋମତି ଆପାର୍ଟମେଣ୍ଟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ରାମ ସ୍ୱରୁପଙ୍କ ସୁରକ୍ଷାକର୍ମୀ ପୋଲିସକୁ ଫୋନ୍ କରିଥିଲେ । ଘଟଣାରସ୍ଥଳରେ ପୋଲିସ ପହଞ୍ଚି ତାଙ୍କର ମୃତଦେହକୁ ଜବତ କରିଛି । ସାଂସଦ ରାମ ସ୍ୱରୁପ ଶର୍ମା ହିମାଚଳ ପ୍ରଦେଶ ମଣ୍ଡି ଆସନରୁ ନିର୍ବାଚିତ ହୋଇଥିଲେ । ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ୍ୟୁବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା । ରାମ ସ୍ୱରୁପଙ୍କ ପରଲୋକ ପରେ ବିଜେପି ପକ୍ଷରୁ ହେବାକୁ ଥିବା ସଂସଦୀୟ ଦଳ ବୈଠକୁ ବାତିଲ କରିଦିଆଯାଇଛି । କିଛିଦିନ ତଳେ ଦାର୍ଦାନଗର ହାବେଳିର ସାଂସଦ ମୋହନ ଡେଲକଙ୍କର ମୃତଦେହ ମୁମ୍ବାଇର ଏକ ହୋଟେଲ୍‌ରୁ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking