32.1 C
Bhubaneswar
Saturday, May 4, 2024
Homeଓଡିଶାଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ

ଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ

ଯାଜପୁର: ଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ । ଧର୍ମଶାଳାର ସୂଚନାଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣିରେ ଜିଲାପାଳ ଅବହେଳା କରିଥିବା ଦର୍ଶାଇ ଏଭଳି ଏକ ମୋକଦ୍ଧମା ରୁଜୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରି ସାଉଥ ସାଇଟ୍ ରେ ରହିଛି ରାଣିବନ୍ଧ ଡ୍ୟାମ । ଏହି ଅଚଂଳରେ ପଥର ଖନନ ପାଇଁ ଲିଜ ଅନୁମତି ଦେଲେ ପରିବେଶ ପ୍ରଦ୍ୟୁଷଣ ହେବାର ଆଶଙ୍କା ଥିବା ଦର୍ଶାଇ ହାଇକୋର୍ଟରେ ଅପିଲ କରିଥିଲେ ସର୍ବେଶ୍ୱର । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଜିଲାପ୍ରଶାସନକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲାପ୍ରଶାସନ ଏହାକୁ ଅଣଦେଖା କରି ଓଲଟି ଏହି ଅଂଚଳକୁ ନିଲାମ ଦେଇଥିଲେ । ଏହାପରେ ସର୍ବେଶ୍ୱର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜିଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା କେଶ ରୁଜୁ କରିଛନ୍ତି । ଆଜି ଜିଲାପ୍ରଶାସନ ପକ୍ଷରୁ ସର୍ବେଶ୍ୱରଙ୍କୁ ନୋଟିସ କରାଯାଇ ଅଭିଯୋଗକୁ ଶୁଣିଥିଲେ । ତୁରନ୍ତ ଏ ନେଇ ହାଇକାର୍ଟଙ୍କ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking