32.1 C
Bhubaneswar
Saturday, May 4, 2024
Homeଓଡିଶାପେଟା ପଥର ଖଣିକୁ ବିରୋଧ କରି ଶତାଧିତ ଲୋକଙ୍କ ବୈଠକ

ପେଟା ପଥର ଖଣିକୁ ବିରୋଧ କରି ଶତାଧିତ ଲୋକଙ୍କ ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୂସୁଗୁଡା ପଞ୍ଚାୟତ ର ପେଟା ଗ୍ରାମରେ ଚାଲିଥିବା ପଥର ଖଣିକୁ ବିରୋଧ କରି ସୀମାନ୍ତ ମୋଟୁ ପଞ୍ଚାୟତର ଶତାଧିକ ଲୋକ ଏବଂ ପୂସୁଗୁଡା ପଞ୍ଚାୟତର କିଛି ଲୋକ କୋଭିଡି -19 ର ନିୟମକୁ ପାଳନ କରିବା ସହ ପଥର କ୍ଷଣୀକୁ ବନ୍ଦ କରିବା ନିମନ୍ତେ ମୁରଲୀଗୁଡ଼ା ଗ୍ରାମ ଠାରେ ଏକ ବୈଠକ ଆୟୋଜନ କରିଥିଲେ ।
ଉକ୍ତ ବୈଠକରେ ମୋଟୁ ପଞ୍ଚାୟତର ସରପଞ୍ଚ ମୁନା ସୋଡି ଏବଂ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମଧ୍ୟ ଉପସ୍ଥିତ ରହିଥିଲେ ।
ମୋଟୁ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକ ପେଟା ପଥର ଖଣିର ତଳିୟ ଅଞ୍ଚଳ ହୋଇଥିବା ବେଳେ ଖଣି ପାହାଡ ସମ୍ପୂର୍ଣ୍ଣ କାଟିବା ପରେ ତଳିୟ ଅଞ୍ଚଳ ବା ମୋଟୁ ପଞ୍ଚାୟତର ଅନେକ ଗ୍ରାମର ସହ ସହ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଯିବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଗ୍ରାମ ବାସୀମାନେ କହିଛନ୍ତି ।
ହେଲେ ଯଥା ଶୀଘ୍ର ସରକାର ଏଥିପ୍ରତି ଧ୍ୟାନ ଦେବା ସହ ଉଚ୍ଚ ସ୍ତରୀୟ ଭାବେ ତଦନ୍ତ କରାଯାଇ ତୋଳିୟ ଅଞ୍ଚଳ ବା ମୋଟୁ ଅଞ୍ଚଳ ବାସୀଙ୍କୁ ନ୍ୟାୟ ଦେବା ସହ ଏହି ପଥର ଖଣିକୁ ବନ୍ଦ କରାଯାଉ ବୋଲି ଅଞ୍ଚଳ ବାସି ଦାବି କରୁଛନ୍ତି ।
ତେବେ କିଛି ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହୋଇ ପାରିଲେ ପୁଣି ଆଗାମୀ କିଛି ଦିନ ମଧ୍ୟରେ ବିରାଟ ଜନ ଆନ୍ଦୋଳନ କରିବା ସହ ଜିଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚିଠି ପ୍ରଦାନ କରିବୁ ବୋଲି ଅଞ୍ଚଳ ବାସି ମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking