33.1 C
Bhubaneswar
Friday, April 26, 2024
HomeUncategorizedବଜରଙ୍ଗୀ କ୍ଲବ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ମୁଳ ମନ୍ତ୍ର କରିଛି 

ବଜରଙ୍ଗୀ କ୍ଲବ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ମୁଳ ମନ୍ତ୍ର କରିଛି 

 ଯାଜପୁର : ବାଲିଆସ୍ଥିତ ବଜରଙ୍ଗୀ କ୍ଲବ ଦ୍ୱାରା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପିଲା ମାନେ ବାଲିଆ ଗ୍ରାମରେ ଥିବା ଅଳିହା ଅବର୍ଜନା ସହିତ ରାସ୍ତାକୁ ମାଡି ଆସିଥିବା ଗଛଲତା ସବୁ ସଫାକରି ତାହାକୁ ପରିସ୍କାର କରିଥିଲେ । ବର୍ତ୍ତମାନ ଗ୍ରାମାଞ୍ଚଳରେ ମଶାର ପ୍ରାଦୁର୍ଭାବ ଏତେ ଯେ କୈାଣସି ସ୍ଥାନରେ ଟିକେ ଠିଆ ହେବା ଅସମ୍ଭବ ହୋଇ ପଡିଛି । ତେବେ ନେହେରୁ ଯୁବ କେନ୍ଦ୍ରର ସହାୟତାରେ କ୍ଲବର ପିଲା ମାନେ ଏହି କାର୍ଯ୍ୟକ୍ରମ ଇତିମଧ୍ୟରେ ବହୁବାର କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସାରା ପଂଚାୟତରେ ଭୂୟସୀ ପ୍ରଶଂସା କରାଯାଉଛି । ତେବେ ଅନୁଷ୍ଠାନ ତରଫରୁ ପ୍ରମୋଦ ବାରିକ, ସୋମନାଥ ସାହୁ, ଉତ୍ତମ ସାହୁ, ସୈାରଭ ଚନ୍ଦ୍ର ସାହୁ, ଦେବାଶିଷ ସାହୁ, ଚିତ୍ତ ରଂଜନ ସେଠୀ, ସୁରେଶ ସେଠୀ, ବାସୁଦେବ ବାରିକ, ପ୍ରଶ୍ନଜିତ ସାହୁ, ଲକି ସାହୁ , ହିମାଂଶୁ ସାହୁ,ମନୋଜ ସେଠୀ , ପ୍ରମୁଖ ପରିଚାଳନା କରିଥିଲେ । ଏଥି ସହିତ ନିଜ ପରିବେଶକୁ ନିଜେ ସଫାରଖିବାକୁ ପ୍ରତ୍ୟେକ ପରିବାର ସଦସ୍ୟ ସଦସ୍ୟା ମାନଙ୍କୁ ସେଚତନ କରାଇଥିଲେ । ତେବେ ଏହି କାର୍ଯ୍ୟପ୍ରମ ପ୍ରତ୍ୟେହ ଚାଲିବ ବୋଲି ସୈାରଭ ଚନ୍ଦ୍ର ସାହୁ ଜଣାଇଛନ୍ତି ।

 

ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

“କ୍ଲବ ଦି ୟୁଥମାସ” ତରଫରୁ ପ୍ରତିବର୍ଷ  ବ୍ୟାସନଗର ଠାରୁ ଆରମ୍ଭ କରି ବିଭିନ୍ନ ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ | ଚଳିତ ବର୍ଷ “କ୍ଲବ ଦି ୟୁଥମାସ”  ପକ୍ଷରୁ ସ୍ତାନୀୟ ମଲାରିଆ ଗ୍ରାମ ରେ ପ୍ରଥମ ପର୍ଯ୍ୟାୟରେ ୧୦୦ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  | ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନେକ ଗାଁ ଗୁଡ଼ିକ ରେ ଆୟୋଜନ ହେବାର ସ୍ଥିର କରାଯାଇଛି | ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ସର୍ବଶ୍ରୀ ବିଜୟ ବିଶ୍ୱାଳ,ସତ୍ୟଜିତ ପାତ୍ର ଓ ଏହାକୁ ପରିଚାଳନା କରିଥିଲେ ରାଜେଶ କୁମାରରାଉତ,ପ୍ରକାଶଜେନା,ଅଜିତପରିଡା,ତବିନସାମଲ,ରଞ୍ଜନମଲ୍ଲିକ , ଦାସ ,ପିତବାସ ପାତ୍ର, ରଘୁନାଥ ପାତ୍ର,ଅଭିନାଶ ସାହୂ,ବିଶ୍ୱରଂଜନ ଦାସ,ବିଶ୍ୱଭୂଷଣ ଦାସ,ଅକ୍ଷୟ ମିଶ୍ର,ପ୍ରଦୀପ କୁମାର ସାହୁ |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking