36.7 C
Bhubaneswar
Tuesday, April 16, 2024
Homeଓଡିଶାଲକଡାଉନ ଅଞ୍ଚଳରେ ବ୍ୟାଙ୍କ ପାଇଁ ଜାରି ହେଲା ନୂଆ ନିୟମ

ଲକଡାଉନ ଅଞ୍ଚଳରେ ବ୍ୟାଙ୍କ ପାଇଁ ଜାରି ହେଲା ନୂଆ ନିୟମ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଞ୍ଚଳଗୁଡ଼ିକ ପାଇଁ ହୋଇଥିବା ନିୟମରେ ପୁଣି କିଛି ସଂଶୋଦନ କରାଯାଇଛି । ଏହି ସ୍ଥାନଗୁଡ଼ିକରେ ବ୍ୟାଙ୍କ ଖୋଲିବାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି । କରୋନା ସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗଞ୍ଜାମ , କଟକ , ଖୋର୍ଦ୍ଧା , ଯାଜପୁର ଓ ରାଉରକେଲା ପୌରାଞ୍ଚଳକୁ ଗତ କାଲିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ବଢୁଥିବା ସଂକ୍ରମଣ ଓ ସ୍ଥାନୀୟ ମାମଲାକୁ ଚୀହ୍ନଟ କରିବା ପାଇଁ ଏହି ୪ଟି ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳକୁ ୧୪ଦିନ ପାଇଁ ବନ୍ଦ କରାଯାଇଛି ।
ଆଜି ଏହି ୪ଟି ଜିଲ୍ଲା ଓ ରାଉରକେଲ ପୌରାଞ୍ଚଳ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ୧୭ ତାରିଖ ଦିନ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି । ୨୫% ପ୍ରତିଶତ ବଦଳରେ ୫୦% ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚଳାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ସମସ୍ତ ଗ୍ରାୟକମାନେ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା ପାଇପାରିବେ । ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସଙ୍କୁ ମଧ୍ୟ ସହୋଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସଂଶୋଧିତ ନିର୍ଦ୍ଦେଶନାମା ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking