38.1 C
Bhubaneswar
Tuesday, April 23, 2024
Homeଓଡିଶାରାଜନୀତି ପଶାକାଠିରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ, ପ୍ରଧ୍ୟାପକଙ୍କ ରାତି ଅଧିଆ ବଦଳି

ରାଜନୀତି ପଶାକାଠିରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ, ପ୍ରଧ୍ୟାପକଙ୍କ ରାତି ଅଧିଆ ବଦଳି

ଯାଜପୁର (ଅଭିମନ୍ୟୁ ମିଶ୍ର): ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଠାରେ ଥିବା ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦୁଇ ରାଜନେତାଙ୍କ ଯୁଦ୍ଧରେ ମହାବିଦ୍ୟାଳୟର ମର୍ଯ୍ୟଦା ଦିନକୁଦିନ କ୍ଷଣ ହେଉଛି । ଇତି ମଧ୍ୟରେ ଜଣେ ପ୍ରଧ୍ୟାପକଙ୍କ ରାତି ଅଧିଆ ବଦଳି କରାଯାଇଛି । ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ମୋ କଲେଜର ଅଧ୍ୟକ୍ଷ ରାଜନୈତିକ ଅବିସନ୍ଧି ରଖି ଜଣେ ପ୍ରଧ୍ୟାପକଙ୍କୁ ଏଠାରୁ ମୁଗୁପାଳ କଲେଜକୁ ବଦଳି କରିଥିଲେ । ତା’ର ବଦଲା ନେବା ପାଇଁ ବର୍ତ୍ତମାନର ବିଧାୟକ ଅଶୋକ କୁମାର ବଳ ଅଧ୍ୟକ୍ଷ ଦାବିଦାର ଥିବା ଗୋପାଳ ନନ୍ଦଙ୍କୁ ରାତି ଅଧିଆ ମୁଗୁପାଳ କଲେଜକୁ ବଦଳି କରାଯାଇଛି । ଶିବ ଚରଣ ମାଝୀଙ୍କୁ ବ୍ୟାସନଗର କଲେଜକୁ ବଦଳି କରାଯାଇଛି । ଶ୍ରୀ ମାଝୀଙ୍କୁ ଏଠାରେ ଅଧ୍ୟକ୍ଷ କରିବା ପାଇଁ ବିଧାୟକ ମସୁଧା ଚଳାଇଛନ୍ତି । ଆକାଶ ଦାସ ନାୟକଙ୍କୁ ଏହି ବଦଳି ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି । ଶ୍ରୀ ନନ୍ଦଙ୍କର ରାତିଅଧିଆ ବଦଳି ସମସ୍ତଙ୍କୁ ଚକିତ କରିଛି ।ଏହି ମହାବିଦ୍ୟାଳୟରେ ୬୦ଟି ଅଧ୍ୟାପକ ଅଧ୍ୟାପିକା ବଦଳ ଖାଲି ପଡ଼ି ରହିଛି । ଫଳରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯାଇପାରୁନି । ସୂଚନାଯୋଗ୍ୟଯେ ଏହି ମହାବିଦ୍ୟାଳୟରେ ମହାଦୁର୍ନିତି ହୋଇଛି । ଏ ସଂପର୍କରେ ସ୍ୱତନ୍ତ୍ର ଅଡ଼ିଟି ଦୁଇଥର ହୋଇଥିଲେ ମଧ୍ୟ ତା’ର ଫଳ ପ୍ରକାଶ ପାଇନି । ୫ବର୍ଷ ହେଲା ୟୁଜିସି ଗ୍ରାଣ୍ଟ(ବିଶ୍ୱ ବିଦ୍ୟାଳୟ ଅନୁଦାନ ପାଣ୍ଠି) ବିିନିଯୋଗ ପତ୍ର ପ୍ରଦାନ କରାଯାଇ ନଥିବାରୁ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ପାଣ୍ଠିରୁ ବଂଚିତ ହେବାକୁ ପଡ଼ୁଛି । ଫଳରେ ମହା ବିଦ୍ୟାଳୟର ବିକାଶରେ ବାଧକ ସୃଷ୍ଟି କରୁଛି । ଆବଶ୍ୟକିୟ ସଂଖ୍ୟକ ଶ୍ରେଣୀରୁ ଖାଲି ଅଭାବ ରହିଛି । ଏଥିପ୍ରତି ପୂର୍ବତନ ବିଧାୟକ ଶ୍ରୀ ଦାସ ବର୍ତ୍ତମାନର ବିଧାୟକ ଶ୍ରୀ ବଳ ଧ୍ୟାନ ନ ଦେଇ ରାଜନୈତିକ ଅବିସନ୍ଧି ରଖି ଅଧ୍ୟାପକଙ୍କ ବଦଳି କରି ବଦଲା ନେବା ଉଭୟ ଏଥିପାଇଁ ଦାୟୀ ବୋଲି କୁହାଯାଉଛି । ସୂଚନାଯୋଗ୍ୟଯେ ଅଧ୍ୟକ୍ଷ ଡ଼. ଆବୁତେୟାର ମାର୍ଚ୍ଚ ୩୧ରେ ଅବସର ନେବେ । ଏହି ମହାବିଦ୍ୟାଳୟରେ ୪ଜଣ ଅଧ୍ୟକ୍ଷ ପଦ ପାଇଁ ଦାବିଦାର ରହିଛନ୍ତି । ତେଣୁ ବରିଷ୍ଠ ଦୃଷ୍ଟିରୁ ଶ୍ରୀ ନନ୍ଦଙ୍କର ଅଧ୍ୟକ୍ଷ ଦାବିପାଇଁ ଦାବିଦାର ଥିବାରୁ ତାଙ୍କୁ କୌଶଳ କରି ଏଠାରୁ ହଟାଇ ଦିଆଯାଇଛି । ଏହି ମହାବିଦ୍ୟାଳୟରେ ପୂର୍ବତନ ବିଧାୟକ ଓ ବର୍ତ୍ତମାନ ବିଧାୟକ ଦୁଇଟି ଗୋଷ୍ଠି କାର୍ଯ୍ୟ କରୁଛି । ବିଧାୟକ ଓ ମୋ କଲେଜର ଅଧ୍ୟକ୍ଷଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧରେ ବଳି ପଡ଼ୁଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା । ଏହି ମହାବିଦ୍ୟାଳୟରେ ଜଣେ ଟାଣୁଆ ଅଧ୍ୟକ୍ଷକଙ୍କୁ ବାହାର କଲେଜରୁ ଆଣି ଏଠାରେ ନିଯୁକ୍ତି ଦେବାପାଇଁ ପୁରାତନ ଛାତ୍ର ସଂଘର ସଭାପତି ବିଦ୍ୟାଧର ମହାନ୍ତି ଓ ବହୁ ପୁରାତନ ଛାତ୍ର ଦାବି କରିଛନ୍ତି । ମହାବିଦ୍ୟାଳୟକୁ ଦୁର୍ନିତିର ମହା ଘୋଟାଲାକୁ ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଅଧ୍ୟାପକ ଅଧ୍ୟାପିକାମାନଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରାତନ ଛାତ୍ରସଂଘ ଦାବି କରୁଛି । ଏହି ମହାବିଦ୍ୟାଳୟରେ ଅଧ୍ୟକ୍ଷ ହେଲା ଭଳି ସେପରି ଯୋଗ୍ୟତା ଥିବା ମନେ ହେଉନାହିଁ ବୋଲି ଶ୍ରୀ ମହାନ୍ତି ଉଚ୍ଚ ଶିକ୍ଷା ବିଭାଗ କୁ ଚିଠି ଲେଖିଛନ୍ତି । ଜଣେ ଟାଣୁଆ ଅଧ୍ୟକ୍ଷ ଏଠାରେ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତିି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking