30.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନା ପ୍ରଭାବ: ୧୪୪ଧାରା ଜାରି, ମାକ୍ସ ଓ ସେନିଟାଇଜର କଳାବଜାରୀ

କରୋନା ପ୍ରଭାବ: ୧୪୪ଧାରା ଜାରି, ମାକ୍ସ ଓ ସେନିଟାଇଜର କଳାବଜାରୀ

ବଲାଙ୍ଗିର: କରୋନାରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନର୍ଦ୍ଦେଶାବଳି ଜାରି କରିଛନ୍ତି ସେହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାପାଳ ସାରା ଜିଲ୍ଲାରେ ୧୪୪ ଧାରା ଜାରି କରିଥିବା ସୁଚନା ମିଳିଛି । ଏହି ନିର୍ଦ୍ଦେଶ କ୍ରମେ କୌଣସି ଜାଗାରେ ୫ରୁ ଅଧିକ ଜଣଙ୍କୁ ଜମା ନହେବା ସହ କୌଣସି ସାମାଜିକ ବିଧି ବଧାନ, ଯାନି ଯାତ୍ରା, ଧାରଣା,ରାଜନୈତି ର‌୍ୟାଲି,ସଭା କରିବାରୁ ବାରଣ କରାଯାଇଛି । ସମସ୍ତ ଧର୍ମଶାଳା, ହୋଟେଲକୁ କୋଭିଡ-୧୯ ପ୍ରତି ସମସ୍ତ ସତର୍କତା ଅବଲମ୍ବନକରିବା ପାଇଁ ନିର୍ଦ୍ଦେଶ ରହିଛି । ସେହିପରି କରୋନାକୁ ନେଇ କୌଣସି ପ୍ରକାର ଗୁଜବରୁ ଦୁରେଇ ରହିବାକୁ ନିଦ୍ଦେର୍ଶ ଦିଆଯାଇଛି । ଗତ କାଲି ଉପ ଜିଲ୍ଲାପାଳ, ମ୍ୟୁନିସିପାଲଟି ନିର୍ବାହି ଅଧିକାରୀ ଓ ତହସିଲଦାର ପ୍ରମୁଖ ସରକାରି ଅଧିକାରୀ ବିଭିନ୍ନ ସ୍ତାନୀୟ ମଲ୍‌କୁ ଯାଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ସରକାରି ନିର୍ଦ୍ଦେଶ ଥିବା ଜଣାଇଥିଲେ ।

ସହରରେ ୧୪୪ ଧାରା ଜାରି ହେବାକୁ ନେଇ ଜନସାଧାରଣରେ ମିଶ୍ର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି । ଏ ପଯ୍ୟର୍ନ୍ତ ଜିଲ୍ଲାରେ କେହି କରୋନାରେ ଆକ୍ରାନ୍ତ ହୋଇଥିବା ସୁଚନା ନଥିବା ବେଳେ ଜିଲ୍ଲା ପ୍ରସାଶନର ଏଭଳି ପଦକ୍ଷେପ ନିରିହ ଜନସାଧାରଣଙ୍କୁ ସଚେତନ କରିବା ପରିବର୍ତ୍ତେ ଅଯଥା ଭୟଭୀତ କରୁଛି । କରୋନାରୁ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ମାକ୍ସ ଓ ସେନିଟାଇଜର ବିଗତ କିଛି ଦିନରୁ ମିଳୁ ନଥିବା ବେଳେ ଏହାର କଳାବଜାରୀ ରୋକାଯିବା ଓ ଆବଶ୍ୟକ ମାତ୍ରାର ମାକ୍ସ ଓ ସେନିଟାଇଜର ସୁଲ୍ଲଭ ମୁଲ୍ୟରେ ଯୋଗାଇଦେବାର କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସେହିପରି ସ୍ତାନୀୟ ଡାକ୍ତରକାନା ଗୁଡିକରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ସଂଖ୍ୟା ଓ ଉପସ୍ଥିତ ଚିକିତ୍ସକଙ୍କ ଅବସ୍ଥା ନ କହିବା ଭଲ । ଏଭଳି ପରିସ୍ଥିତିରେ ସହରରେ ୧୪୪ ଧାରା କରୋନା ରୋକିବାକୁ ସଫଳ ହେଉ ନହେଉ ଗରିବ ଜନସାଧାରଣଙ୍କ ସହଜ ଜିବନ ଶୈଳିରେ ବାଧା ଦେବ । ତେବେ ଏଭଳି ପଦକ୍ଷେପ ନେବା ପୁର୍ବରୁ ଖୋଦ ଜିଲ୍ଲା ପ୍ରଶାସନ କରୋନା ରୋଗର ରୋକଥାମ ପାଇଁ କେତେ ପ୍ରସ୍ତୁତ ବୋଲି କିଛି ବୁଦ୍ଧିଯିବି ଅଭିଯୋଗ କରୁଥିବା ବେଳେ ଆଉ କିଛି ଏହା ସରକାରଙ୍କ ନିଷ୍ପତ୍ତି , ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ଏହାର ପାଳନ କରାଯାଉଛି ବୋଲି କହି ଏହା ସହରରେ କରୋନା ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଯୁକ୍ତି ବାଢୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking