33.1 C
Bhubaneswar
Sunday, May 5, 2024
Homeଖେଳଛେତ୍ରୀଙ୍କ ରେକର୍ଡ ଗୋଲ୍ ‌: ହାରିଲା ଓଏଫ୍‌ସି

ଛେତ୍ରୀଙ୍କ ରେକର୍ଡ ଗୋଲ୍ ‌: ହାରିଲା ଓଏଫ୍‌ସି

ଗୋଆ : ଚଳିତ ଆଇଏସ୍‌ଏଲ୍‌ର ସପ୍ତମ ସଂସ୍କରଣରେ ଗୁରୁବାର ସ୍ଥାନୀୟ ଜିଏମଓି ବାମ୍ବୋଲିମ୍‌ଠାରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ବେଙ୍ଗାଳୁରୁ ଏଫସି ମଧ୍ୟରେ ମୁକାବିଲା ହୋଇଛି । ଏଥିରେ ବେଙ୍ଗାଲୁରୁ ଏଫସି ୨-୧ ଗୋଲ୍‌ରେ ବିଜୟୀ ହୋଇ ତା\’ର ତୃତୀୟ ପୂର୍ଣ୍ଣ ପଏଣ୍ଟ୍ ପାଇଛି । ଅର୍ଥାତ୍ ଦଳ ୩ ବିଜୟ ସହ ସମୁଦାୟ ୧୨ ପଏଣ୍ଟ୍ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟ ପକ୍ଷରେ ଷ୍ଟୁଆର୍ଟ ବ୍ୟାକ୍ସଷ୍ଟର୍‌ଙ୍କ ଓଏଫସି  କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି । ଅଦ୍ୟାବଧି ୫ଟି ମ୍ୟାଚ୍‌ରେ ହାରିଥିବା ଓଏଫ୍‌ସି ୬ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ପଏଣ୍ଟ୍ ପାଇ ଦଶମ ସ୍ଥାନରେ ରହିଛି ।

ଏହି ମ୍ୟାଚ୍‌ରେ ଓଏଫ୍‌ସି ପକ୍ଷରୁ ଷ୍ଟିଭେନ୍ ଟେଲର୍ ୭୧ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ଟି ଦେଇଥିଲେ । ଏହା ପୂର୍ବରୁ ବେଙ୍ଗାଲୁରୁ ଟିମ୍‌ର ଅଧିନାୟକ ସୁନୀଲ ଛେତ୍ରୀ ୩୮ତମ ମିନିଟ୍‌ରେ ଦଳ ପକ୍ଷରୁ ଓ ମ୍ୟାଚ୍‌ର ପ୍ରଥମ ଗୋଲ୍ ଦେଇଥିଲେ । ତାଙ୍କର ଏହି ଗୋଲ୍ ଆଇଏସ୍‌ଏଲ୍‌ରେ ୫୦ତମ ଗୋଲ୍ ହୋଇଥିବା ବେଳେ ଏ କ୍ଷେତ୍ରରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ଅଦ୍ୟାବଧି ସେ ଆଇଏସ୍‌ଏଲରେ ୪୨ଟି ଗୋଲ୍ କରିବା ସହ ୮ଟି ଗୋଲ୍‌ରେ ସହାୟତା କରିଛନ୍ତି । ମ୍ୟାଚ୍‌ର ୭୯ତମ ମିନିଟ୍‌ରେ ବେଙ୍ଗାଲୁରୁ ପକ୍ଷରୁ କ୍ଲିଟନ୍ ସିଲ୍‌ଭା ଦ୍ୱିତୀୟ ଗୋଲ୍ ଦେବା ଫଳରେ ଏହା ମ୍ୟାଚ୍ ବିଜୟୀ ଗୋଲ୍ ସାବ୍ୟସ୍ତ ହୋଇଥିଲା । ଓଏଫ୍‌ସି ତା\’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୨୨ ତାରିଖରେ ବାମ୍ବୋଲିମ୍‌ଠାରେ ଖେଳିବ । ତା\’ଛଡ଼ା ଶୁକ୍ରବାର ପ୍ରତିଯୋଗିତାରେ ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫ୍‌ସି ଓ ଜାମସେଦପୁର ଏଫସି ମଧ୍ୟରେ ତିଲକ ମୈଦାନଠାରେ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking