39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆମେରିକାର ଦୂତାବାସ ଏବଂ ବଲାଦ ଏୟାର ବେସ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛି ଇରାନ

ଆମେରିକାର ଦୂତାବାସ ଏବଂ ବଲାଦ ଏୟାର ବେସ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛି ଇରାନ

ବାଗଦାଦ:ଆମେରିକାକୁ କଡ଼ା ଜବାବ୍ ଦେଇଛି ଇରାନ । ଗତକାଲି ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି । ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଏବେ ଇରାନ ଆମେରିକାକୁ ଏଭଳି ଜବାବ ଦେଇଛି । ଆମେରିକାର ଦୂତାବାସ ଉପରେ ରକେଟ୍ ମାଡ଼ ସହିତ ମୋଟର ମାଡ଼ କରିଛି ଇରାନ୍ । ଏଥିର କିନ୍ତୁ କେହି ମୃତାହତ ହୋଇ ନାହାନ୍ତି । ଦୂତାବାସକୁ ଟାର୍ଗେଟ୍ କରି ଏହି ରକେଟ୍ ନିକ୍ଷେପ କରାଯାଇଥିଲେ ମଧ୍ୟ ଏହା ଲକ୍ଷ୍ୟଚୁତ ହୋଇ ଦୂତାବାସଠାରୁ କିଛି ଦୂରରେ ବିସ୍ଫୋରଣ ହୋଇଥିଲା ।
ସୂଚନା ଅନୁସାରେ, ଗତକାଲି ଇରାକର ରାଜଧାନୀ ବାଗଦାଦସ୍ଥିତ ବିମାନବନ୍ଦରରେ ରକେଟ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ବିମାନବନ୍ଦରରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଠାକାର ସୁରକ୍ଷା ସଂସ୍ଥା ଗଣମାଧ୍ୟମକୁ ସୂଚନା ଦେଇଥିଲା ଯେ, ବାଗଦାଦ ସ୍ଥିତ ବିମାନବନ୍ଦର ଉପରକୁ ଏକକାଳୀନ ୩ଟି ରକେଟ ଆକ୍ରମଣ ହୋଇଥିଲା । ବିମାନବନ୍ଦର ନିକଟରେ ୨ କାରକୁ ମଧ୍ୟ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଥିଲା । ଜଣେ ସୁରକ୍ଷା କର୍ମଚାରୀଙ୍କ କହିବା ଅନୁସାରେ, ପ୍ରଥମେ ଏକ ରକେଟ ମାଡ଼ ହୋଇଥିଲା । ଏହାପରେ ସାଇରନ ବାଜିଥିଲା ଏବଂ ଆକାଶରେ କିଛି ହେଲିକପ୍ଟର ବୁଲୁଥିଲା । ରକେଟ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ସ୍ଥାନୀୟ ସମୟ ଅନୁସାରେ ରାତି ପାଖାପାଖି ୧:୧୨ ମିନିଟରେ ହୋଇଛି । ଆକ୍ରମଣରେ ପପୁଲାର ମୋବାଲାଇଜ ଫୋର୍ସର ଜଣେ ବଡ଼ ନେତାଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।
https://onakhabar.com/2020/01/05/america-will-target-52-iranian-sites-attack/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking