32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକିଙ୍ଗ୍‌ସ ଇଲେଭେନ୍‌ ପଂଜାବକୁ ୪ ୱିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

କିଙ୍ଗ୍‌ସ ଇଲେଭେନ୍‌ ପଂଜାବକୁ ୪ ୱିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ର ୯ମ ମ୍ୟାଚରେ କିଙ୍ଗ୍‌ସ ଇଲେଭେନ୍‌ ପଂଜାବକୁ ୪ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ୨୨୪ ରନ୍‌ର ବିଶାଲ ଲକ୍ଷ୍ୟକୁ ପିଛା କରି ୧୯.୩ ଓଭରରେ ୬ ୱିକେଟ ହରାଇ ୨୨୬ ରନ୍‌ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ ରୟାଲ୍ସ । ପ୍ରଥମରୁ ରାଜସ୍ଥାନ ରୟାଲ୍ସର ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୪୨ ବଲ ଖେଳି ୪ଟି ଚୌକା ଓ ୭ଟି ଛକା ସହାୟତାରେ ୮୫ ରନ୍‌ କରିଥିଲେ । ଅନ୍ୟପଟେ ଷ୍ଟିଭେନ୍ ସ୍ମିଥ୍ ୨୭ ବଲ ଖେଳି ୫୦ ରନ୍‌ କରିଥିବା ବେଳ ରାହୁଲ ତେୱତିଆ ଗୋଟିଏ ଓଭରରେ ୫ଟି ଛକା ମାରି ୩୧ ବଲରେ ୫୩ ରନ୍‌ କରି ରାଜସ୍ଥାନ ରୟାଲ୍ସକୁ ଚମକପ୍ରଦ ବିଜୟ ପ୍ରଦାନ କରିଛନ୍ତି । ପଂଜାବ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ ନେଇଥିବା ବେଳେ ଶେଲଡନ୍ କୋଟ୍ରେଲ୍, ଜେମ୍ସ ନିଶାମ ଓ ମୁରୁଗାନ୍ ଅଶ୍ୱିନ୍ ଗୋଟେ ଲେଖାଏଁ ୱିକେଟ ନେଇଛନ୍ତି । ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ୪ ପଏଣ୍ଟ ହାସଲ କରି ଟେବୁଲ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking