39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକଳିଙ୍ଗ ଭାରତୀ ଫାଉଣ୍ଡେସନ ତରଫ ରୁ ପ୍ରଣବ ମୁଖାର୍ଜୀଙ୍କ ସମ୍ମାନରେ ଶ୍ରଦ୍ଧାଞ୍ଜଳି ସଭା

କଳିଙ୍ଗ ଭାରତୀ ଫାଉଣ୍ଡେସନ ତରଫ ରୁ ପ୍ରଣବ ମୁଖାର୍ଜୀଙ୍କ ସମ୍ମାନରେ ଶ୍ରଦ୍ଧାଞ୍ଜଳି ସଭା

ଗୁରୁଗ୍ରାମ : ଏଠାକାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଭାରତୀ ଫାଉଣ୍ଡେସନ ତରଫରୁ ପୂର୍ବତନ ରାଷ୍ଟ୍ରପତି ଓ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ଆମେରିକାର ଡ଼ଃ ଦାଶ ଫାଉଣ୍ଡେସନ, ଭୁବନେଶ୍ୱର ର ଜଗନ୍ନାଥ ସଂସ୍କୃତି ପରିଷଦ ଏବଂ ଶ୍ରୀ ଜଗନ୍ନାଥ ଚେତନା ସମନ୍ବୟ ସମିତି ର ମିଳିତ ସହଯୋଗ ରେ କଳିଙ୍ଗ ଭାରତୀ ପକ୍ଷରୁ ଆୟୋଜିତ ଏକ ଅନଲାଇନ ଶୋକ ସଭା ରେ ଅଂଶପ୍ରକରଣ କରି ବିଶିଷ୍ଟ ବ୍ୟକ୍ତି ମାନେ ସ୍ବର୍ଗତଃ ମୁଖାର୍ଜୀଙ୍କର ସ୍ମୃତି ଚାରଣ କରିବା ସାଙ୍ଗକୁ ତାଙ୍କର ଅମର ଆତ୍ମାର ସତଗତି କାମନା କରିଥିଲେ | ଡିଜିଟାଲ ମଞ୍ଚ ରେ ଉପସ୍ଥିତ ବକ୍ତା ମାନେ ଦେଶ ଗଠନ ରେ ଶ୍ରୀ ମୁଖାର୍ଜୀଙ୍କର ସକ୍ରୀୟ ଯୋଗଦାନ, ଦୀର୍ଘ ରାଜନୈତିକ ଓ ପ୍ରଶାସନିକ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ସାକାରାତ୍ମକ ଅବଦାନ, ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଭୂମିକା, ଜଣେ ବିରଳ ବୁଦ୍ଧିଜୀବି ଭାବରେ ସାମାଜିକ ପ୍ରତିଷ୍ଠା, ଓଡ଼ିଶା ପ୍ରତି ତାଙ୍କର ସ୍ୱତନ୍ତ୍ର ଶ୍ରଦ୍ଧା ତଥା ଶ୍ରୀ ଜଗନ୍ନାଥଙ୍କ ପ୍ରତି ତାଙ୍କର ଅତୁଟ ଆସ୍ଥା ଓ ଭକ୍ତି ଉପରେ ଆଲୋକପାତ କରିଥିଲେ |
ଇଣ୍ଟରନେଟ ପ୍ରାର୍ଥନା ସମାବେଶ ରେ କଳିଙ୍ଗ ଭାରତୀ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଭାପତି ଅକ୍ଷୟ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ନିରଜ ସାହୁ ଶ୍ରୀ ମୁଖାର୍ଜୀଙ୍କର ପରିଚୟ ପ୍ରଦାନ କରିଥିଲେ | ବରିଷ୍ଟ ପ୍ରଶାସକ ସଂଜୀବ ପାଟଯୋଶୀ, ଶ୍ରୀ ମୁଖାର୍ଜୀଙ୍କର ପ୍ରଶାସନିକ ପାରଦର୍ଶିତା ସମ୍ପର୍କ ରେ ସୁଚାଇଥିଲେ | ଡ଼ଃ ଅଶୋକ ଚୌଧୁରୀ, ପ୍ରଣବ ଦା ଜଣେ ଭଲ ମଣିଷ ଥିଲେ ବୋଲି କହିଥିଲେ | ଜଗନ୍ନାଥ ସଂସ୍କୃତି ପରିଷଦ ର ପ୍ରତିଷ୍ଠାତା ଗୋପୀନାଥ ମହାନ୍ତି, ସ୍ବର୍ଗତଃ ମୁଖାର୍ଜୀ ଜଣେ ଧୀର, ସ୍ଥିର ଓ ଶାନ୍ତ ସ୍ୱଭାବର ରାଜନେତା ଭାବରେ ଶ୍ରେଷ୍ଠତ୍ଵ ହାସଲ କରିଥିଲେ ବୋଲି ଦର୍ଶାଇଥିଲେ |

ଜଗନ୍ନାଥ ସଂସ୍କୃତି ପରିଷଦ ର କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ଶ୍ରୀ ମୂଖାର୍ଜୀଙ୍କର ବ୍ୟକ୍ତିତ୍ୱ ର ମାନବିକତା ଦିଗ ଉପରେ ଦୃଷ୍ଟିପାତ କରିଥିଲେ | ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ଶ୍ରୀ ମୁଖାର୍ଜୀଙ୍କୁ ଲୋକଙ୍କର ରାଷ୍ଟ୍ରପତି ଭାବରେ ବର୍ଣନା କରିଥିଲେ | ଡ଼ଃ ବିକ୍ରମ ମହାନ୍ତି, ସେ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ସୁଚାଇଥିଲେ |
ଏହି ଅବସର ରେ ନିକଟରେ ପରଲୋକ ଗମନ କରିଥିବା ପ୍ରାକ୍ତନ ମନ୍ତ୍ରୀ ମତଲୁବ ଅଲ୍ଲୀ, ଚ୍ଚିତ୍ରତାରକା ବିଜୟ ମହାନ୍ତି ଓ ଅଜିତ ଦାସ, ପ୍ରଶାସକ ନିତ୍ୟାନନ୍ଦ ଜେନା ଏବଂ ରାଜନେତା ଅଶୋକ ସାହୁଙ୍କର ସ୍ମୃତି ପ୍ରତି ମଧ୍ୟ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା |
ଭରଚୁଆଲ ଶୋକସଭା ର ପ୍ରାରମ୍ଭରେ ବବିତା ମିଶ୍ର, ରଶ୍ମିରେଖା ସାମଲ ଓ ନିରୁପମା ପାଲ ଭକ୍ତି ସଂଗୀତ ଗାନ କରିଥିଲେ | ସୁଧାଂଶୁ ଶେଖର ପାଢ଼ୀ ସମସ୍ତ କାର୍ଯ୍ୟକ୍ରମର ସୁନ୍ଦର ଉପସ୍ଥାପନା ଓ ସୁଚାରୁ ରୁପେ ସଂଯୋଜନା କରିଥିଲେ | ଶେଷରେ ସରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking