35.2 C
Bhubaneswar
Tuesday, April 21, 2026
Homeଓଡିଶାଉତ୍କଳ ମହିଳା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଉତ୍କଳ ମହିଳା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରର ଗାଡ଼କଣଠାରେ ଭାରତୀୟ ଜାତୀୟ ମହିଳା ଫେଡ଼େରେସନ (ଏନଏଫଆଇଡବ୍ଲ୍ୟୁ) ସହବନ୍ଧିତ ଉତ୍କଳ ମହିଳା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାନେତ୍ରୀ ବରିଷ୍ଠ ନାରୀନେତ୍ରୀ ପ୍ରମୋଦିନୀ ପାଇକରାୟ ଯୋଗଦେଇ ଉତ୍କଳ ମହିଳା ସମିତିର ପତାକା ଉତ୍ତୋଳନ କରିଥିଲେ। ଖୋର୍ଦ୍ଧା ଜିଲ୍ଲାର ଉତ୍କଳ ମହିଳା ସମିତି ନେତ୍ରୀ ବାସନ୍ତୀ ପ୍ରଧାନ ସଭା ପରିଚାଳନା କରିଥିଲେ। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧରେ ନରସଂହାର, ବିଦ୍ୟାଳୟରେ ବୋମା ବର୍ଷଣ କରି ଶହ ଶହ ଛାତ୍ରୀଙ୍କୁ ହତ୍ୟା କରିବା, ଏପ୍‌ଷ୍ଟିନ ଫାଇଲରେ ଉନ୍ମୋଚିତ ଗୁମରରେ ଭାରତର କୁଖ୍ୟାତ ଶିଳ୍ପପତି ଅନୀଲ ଅମ୍ବାନୀ, ଦେଶର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଏପରିକି ଭାରତର ପ୍ରଧାନମନ୍ତ୍ରୀଙ୍କ ନାମ ଖୁଲାସା ହେବା ଘଟଣା ମହିଳାମାନଙ୍କ ପ୍ରତି ହିଂସା, ଏପରିକି ଯୁବତୀମାନଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ସେମାନଙ୍କ ମାଂସ ଖାଇବା ଘଟଣା ସମଗ୍ର ବିଶ୍ୱର ମାନବ ସଭ୍ୟତାର କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରି କର୍ପୋରେଟ୍ ପ୍ରୋତ୍ସାହିତ ସାମ୍ପ୍ରଦାୟିକ ଫାସିବାଦ ବିରୋଧରେ ବିଶ୍ୱବ୍ୟାପୀ ମହିଳା ସମାଜ ଗଣ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଯୁଦ୍ଧ ଚାଲିଥିବାବେଳେ ଆମ ଗୃହିଣୀମାନଙ୍କ ହାଣ୍ଡିଶାଳ ଅଚଳ କରିବା ପାଇଁ ବିଜେପି ସରକାରଙ୍କ ମହିଳା ଶୋଷଣ ସୀମା ଲଙ୍ଘନ କରିଛି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ମହିଳାମାନଙ୍କ ସୁରକ୍ଷା, ଲିଙ୍ଗଗତ ବୈଷମ୍ୟ ଦୂର କରିବା, ଦରଦାମ୍ ବୃଦ୍ଧି ବନ୍ଦ କରିବା, ସମାନ କାମକୁ ସମାନ ମଜୁରୀ, ସରକାରୀ ପ୍ରତିଶ୍ରୁତି ଅନୁସାରେ ୩୦୦ ୟୁନିଟ୍ ବିଜୁଳି ଛାଡ଼ କରିବା ଦାବି ନେଇ ବ୍ୟାପକ ମହିଳା ଆନ୍ଦୋଳନ ପାଇଁ ପ୍ରମୋଦିନୀ ପାଇକରାୟ ଆହ୍ୱାନ ଦେଇଥିଲେ। ଏହି ସମାରୋହରେ ଇନ୍ଦୁ ବେହେରା, ପ୍ରଣତି ମହାନ୍ତି, ମୁଗୁନି ଓରାମ, ସୁବାସିନୀ ପ୍ରଧାନ, ଆଫୋର୍ଜି ବିବି, ସୁଲୋଚନା ପ୍ରଧାନ, ଶୈଳ ବେହେରା, ଜୟନ୍ତୀ ନାୟକ, ଲକ୍ଷ୍ମୀପ୍ରିୟା ନାୟକ, କସ୍ତୁରୀ ନାୟକ, ଚିନା ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିବାବେଳେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସୁର ଜେନା, ଜିଲ୍ଲା ସହସମ୍ପାଦକ ସୁରେନ୍ଦ୍ର ବେହେରା, ଜୋନ ସହସମ୍ପାଦକ ଶଙ୍କର୍ଷଣ ବାରିକ ସ ଏଆଇଟିୟୁସି ନେତା ଶିବ ବେହେରା ପ୍ରମୁଖ ଉପସ୍ଥିତ ରହି ଆନ୍ତର୍ଜାତିକ ମହିଳା ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking