19.1 C
Bhubaneswar
Tuesday, January 25, 2022
Homeଓଡିଶାବାସନ୍ଦ ଭୟରେ ମାନବିକତା ହରାଇଲେ ଗାଁ ଲୋକ, ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି....

ବାସନ୍ଦ ଭୟରେ ମାନବିକତା ହରାଇଲେ ଗାଁ ଲୋକ, ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି….

ସଇଁତଲା : ସାମାଜିକ ବାସନ୍ଦ ଭୟ, ଶବକୁ ଛୁଇଁଲେନି ଗାଁ ଲୋକ । ଏକବିଂଶ ଶତାଦ୍ଦୀରେ ଲୋକଙ୍କ ମନ ଭିତରୁ ଦୂର ହେଉନି ଅନ୍ଧବିଶ୍ୱାସ । ଏବେ ବସା ବାନ୍ଧିଛି ମଧ୍ୟଯୁଗୀୟ ମାନସିକତା । ଝିଅମାନେ ଭିନ୍ନ ଜାତିରେ ବିବାହ କରିଥିବାରୁ ବାପାକୁ ବାସନ୍ଦ କରିଥିଲେ ସମାଜ ଲୋକ । ଆଉ ମରିବା ପରେ ମଧ୍ୟ ତାଙ୍କୁ କ୍ଷମା ଦିଆଗଲା ନାହିଁ । ଶବକୁ ମଧ୍ୟ ବାସନ୍ଦ କଲେ ସାହିଭାଇ । ଯାହା ଫଳରେ ସାତ ଘଣ୍ଟା ଧରି ପଡିରହିଲା ଶବ । କୌଣସି ଉପାନ୍ତ ଇଲାକା କି ଗାଁରେ ନୁହେଁ ବଲାଙ୍ଗିର ସହର ଭିତରେ ଘଟିଛି ଏଭଳି ଘଟଣା । ବଲାଙ୍ଗିର ସହର ଡୁଙ୍ଗୁରିପଡାର ରହୁଥିଲେ ୬୫ ବର୍ଷୀୟ ବୀର ମୁଣ୍ଡା । ତାଙ୍କ ସ୍ତ୍ରୀଙ୍କର ଆଗରୁ ମୃତ୍ୟୁ ହୋଇ ସାରିଛି । ପରିବାର କହିଲେ ତିନି ଝିଅ ଏବଂ ଗୋଟିଏ ପୁଅ । ପ୍ରେମ ବିବାହ କରି ତିନି ଝିଅ ଭିନ୍ନ ଭିନ୍ନ ଜାତିରେ ବାହା ହୋଇଥିଲେ । ଯାହା ଫଳରେ ଜାତି ଲୋକେ ବୀର ମୁଣ୍ଡାଙ୍କୁ ବାସନ୍ଦ କରିବା ସହ ନିଆଁ ପାଣି ବନ୍ଦ କରିଥିଲେ । ଆଜି ରୋଗଗ୍ରସ୍ତ ହୋଇ ସକାଳ ୮ ଟାରେ ବୀର ମୁଣ୍ଡାଙ୍କର ମୃତ୍ୟୁ ହୋଇଗଲା । ଝିଅମାନେ ଭିନ୍ନ ଜାତିରେ ବିବାହ କରିଥିବାରୁ ଶବକୁ ଜାତିଭାଇ ଲୋକେ କେହି ଛୁଇଁଲେ ନାହିଁ । ପୁଅ ବହୁତ ନେହୁରା ହେଲା ପରେ ମଧ୍ୟ କେହି ଶୁଣିଲେ ନାହିଁ । ୭ ଘଣ୍ଟା ଧରି ପଡିରହିଲା ଶବ । ଶେଷରେ ଝିଅ ମାନଙ୍କ ପୁଅମାନେ ଆସିବା ପରେ, ପରିବାର ଲୋକେ ଶବ ସତ୍କାର କରିଥିଲେ । ଝିଅମାନେ ପ୍ରେମ ବିବାହ କଲେ ବୋଲି ବାପାର ଶବକୁ ବାସନ୍ଦ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking