39.8 C
Bhubaneswar
Thursday, April 18, 2024
Homeଅପରାଧଭାଇ ସାମନାରେ ଭଉଣୀ ସାଥିରେ ଯାହା ଘଟିଲା ଜାଣିଲେ ଛାତି ଥରି ଉଠିବ....

ଭାଇ ସାମନାରେ ଭଉଣୀ ସାଥିରେ ଯାହା ଘଟିଲା ଜାଣିଲେ ଛାତି ଥରି ଉଠିବ….

ଭୋପାଳ : ଭାଇ ସାମନାରେ ଭଉଣୀକୁ ଦୁଷ୍କର୍ମ କରିଛନ୍ତି ଦୁଇ ଅଭିଯୁକ୍ତ । ଲଜ୍ୟା ଓ କଷ୍ଟ ସହିନପାରି ପୀଡ଼ିତା ଭଉଣୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ । ଏନେଇ ଉକ୍ତ ଭାଇ, ଏସପି ଅଫିସକୁ ଯାଇ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଛତରପୁରରେ ରହୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ତାଙ୍କ ଆଖି ସାମନାରେ ଭଉଣୀ ସହିତ ଅଭିଯୁକ୍ତ ନୀରଜ ପଟେଲ ଅସଦାଚରଣ କରୁଥିଲା । ସେ ଏହାର ବିରୋଧ କରିବାରୁ ନୀରଜ ଓ ତା’ର ସହଯୋଗୀ ମିଶି ତାଙ୍କ ଭଉଣୀକୁ ଆଖି ସାମନାରେ ଦୁଷ୍କର୍ମ କରିଛନ୍ତି । ଏହାପରେ ଲଜ୍ୟାରେ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ଭାଇ କହିଛନ୍ତି ଯେ, ଜାନୁଆରୀ ୮ ତାରିଖରେ ମୋ ଭଉଣୀ ଖାଇସାରିବା ପରେ ଶୋଇ ପଡ଼ିଥିଲା । ମୁଁ ମଧ୍ୟ ସେହି ରୁମରେ ଶୋଇ ପଡ଼ିଥିଲି । ସକାଳ ୫ଟାରେ ଉଠିବା ବେଳକୁ ଭଉଣୀ ତା’ ଜାଗାରେ ନଥିଲା । ତେଣୁ ବାହାରକୁ ଯାଇ ଦେଖିବା ବେଳକୁ ନୀରଜ ପଟେଲ ମୋ ଭଉଣୀ ସହିତ ଜୋରଜବରଦସ୍ତୀ କରୁଥିଲା । ଆଉ ସେଠାରେ ତା’ର ସାଙ୍ଗ ମଧ୍ୟ ଥିଲା । ଯେତେବେଳେ ମୁଁ ପାଟି କଲି ମୋ ପାଟିକୁ ସେମାନେ ବନ୍ଦ କରି ଦେଇଥିଲେ । ଏହାପରେ ମୋ ଭଉଣୀ କେମିତି କ’ଣ କରି ସେଠାରୁ ଅନ୍ୟ ରୁମକୁ ଯାଇ ଲଜ୍ୟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲା । ଏହି ମାମଲାର ବର୍ତ୍ତମାନ ଯାଞ୍ଚ ଚାଲିଛି । ମୃତକଙ୍କ ପୋଷ୍ଟମଟମ୍ କରାଯାଇଛି । ରିପୋର୍ଟ ଆସିବାପରେ ତଦନ୍ତକୁ ଆଗକୁ ବଢ଼ାଯିବ । ହେଲେ ଅତେ ସବୁ ଘଟଣା ପରେ ମଧ୍ୟ ଅଭିଯୁକ୍ତମାନେ ଖୁଲମ ଖୁଲା ବାହାରେ ବୁଲୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking