33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଉଡାଣ ଆରମ୍ଭ କରିବାର କିଛି ମିନିଟ ପରେ ଇଣ୍ଡୋନେସିଆ ବିମାନ ନିଖୋଜ

ଉଡାଣ ଆରମ୍ଭ କରିବାର କିଛି ମିନିଟ ପରେ ଇଣ୍ଡୋନେସିଆ ବିମାନ ନିଖୋଜ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଶ୍ରୀୱିଜୟା ଏୟାରଲାଇନ୍ସର ଏକ ବିମାନ ଜକାର୍ତାରୁ ଉଡାଣ ଭରିବାର ୪ ମିନିଟ ପରେ କଣ୍ଟ୍ରୋଲ ରୁମ ସହ ସଂପର୍କ ବିଚ୍ଛିନ୍ନ ହୋଇଛି । ଫଳରେ ଏହା ଏକ ଦୁର୍ଘଟଣାର ସଂକେତ ଦେଉଛି । ଶ୍ରୀୱିଜୟା ଏୟାର ଫ୍ଲାଇଟ ୧୮୨ ବିମାନ ଜକାର୍ତା ବୋର୍ନିଓରୁ ପୋନ୍ତିନାକକୁ ଉଡାଣରେ ଥିଲା । ଇଣ୍ଡୋନେସିଆ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ଆଦିତା ଇରାବତୀ ଏହି ସୂଚନା ଦେଇଛନ୍ତି । ବିମାନ ସହିତ ଶେଷଥର ସଂପର୍କ ୨.୪୦ରେ ହୋଇଥିଲା । କୁହାଯାଉଛି ଯେ, ସେହି ବିମାନରେ ୫୦ ଜଣ ରୁ ଅଧିକ ଯାତ୍ରୀଙ୍କ ସମେତ କ୍ରୁ ସଦସ୍ୟ ବି ରହିଥିଲେ । ଇଣ୍ଡୋନେସିଆର ଏୟାରଲାଇନ୍ସର ଏହି ବୋଇଂ ୭୩୭-୫୦୦ ବିମାନ ଥିଲା । ବର୍ତମାନ ଏହାର ତଦନ୍ତ ଜାରି ରହିଛି ବୋଲି ଏୟାରଲାଇନ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking