32.1 C
Bhubaneswar
Thursday, May 2, 2024
Homeଓଡିଶାଇଣ୍ଡୋନେସିଆରେ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା

ଇଣ୍ଡୋନେସିଆରେ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା

କଟକ: ବିଶ୍ବ ଦେଖିବ କଟକ ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ ଇଣ୍ଡୋନେସିଆରେ ଆୟୋଜିତ ହେବ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ବାଲିରେ ବାଲିଯାତ୍ରା ଆୟୋଜନ ହେବାକୁ ଯୋଜନା ଚାଲିଥିବା ବେଳେ ଓଡ଼ିଶା ଐତିହ୍ୟ ମଧ୍ୟ ସ୍ଥାନ ପାଇବ । ପ୍ରଥମ ଥର ପାଇଁ ବିଶ୍ବ ସ୍ତରରେ ଏହି ମେଳା ଆରମ୍ଭ ହେବାକୁ ଯାଉଛି । ଇଣ୍ଡୋନେସିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇ ଏହି ଯାତ୍ରା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । ଅଗଷ୍ଟ ମାସରେ ଏହି ଯାତ୍ରା ବାଲିରେ ଆରମ୍ଭ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର ସରକାର, ରାଜ୍ୟ ସରକାର, ଚାମ୍ବର ଅଫ କମର୍ସ ସହଭାଗିତାରେ ବାଲିଯାତ୍ରା ବା କଳିଙ୍ଗ ଯାତ୍ରା ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଇଣ୍ଡୋନେସିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇ ଏହି ଯାତ୍ରା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । ଅଗଷ୍ଟ ମାସରେ ଏହି ଯାତ୍ରା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ହଜାର ବର୍ଷର ସହର କଟକର ଐତିହ ମଧ୍ୟରେ ଗଣିତ ହୁଏ ଏହି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ଯେଉଁଠି ରହିଥାଏ ପ୍ରତ୍ୟେକ ଓଡ଼ିଆଙ୍କ ମନୋ ପସନ୍ଦର ସାମଗ୍ରୀ । ଏହା ବ୍ୟତୀତ ଇଣ୍ଡୋନେସିଆ ଗ୍ୟାଲେରୀ ମଧ୍ୟ ବାଲିଯାତ୍ରାରେ ସ୍ଥାନ ପାଇଥିଲା।

ଗତ ବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିଦ୍ବୀପରେ ଆୟୋଜିତ ୧୭ତମ ଜି-୨୦ ସମ୍ମିଳନୀରେ ସାମିଲ ହୋଇଥିଲେ । ଏଥିରେ କଟକ ବାଲିଯାତ୍ରାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଚାଲୁଥିବା ଐତିହାସିକ ବାଲିଯାତ୍ରାକୁ ମନେ ପକାଇ ମୋଦି କହିଥିଲେ ଯେ, ସାଧବ ପୁଅମାନେ ବଣିଜ ପାଇଁ ଇଣ୍ଡୋନେସିଆର ଜାଭା, ସୁମାତ୍ରାକୁ ଆସୁଥିଲେ ।

ଏହି ଉତ୍ସବ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ରହିଥିବା ବାଣିଜ୍ୟ ସମ୍ପର୍କକୁ ସ୍ମରଣ କରାଯାଉଛି । ଏହା ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ ଆହୁରି ଦୃଢୀଭୂତ କରିଛି । ଏହାସହ ଯେତେବେଳେ ସେ ଇଣ୍ଡୋନେସିଆର ବାଲି ଦ୍ବୀପରେ ଅଛନ୍ତି, ଠିକ ସେତିକି ବେଳେ, ବାଲିଠାରୁ ପ୍ରାୟ 1500 ସହ କିମି ଦୂର ଭାରତବର୍ଷ ଓଡ଼ିଶା ପ୍ରଦେଶର କଟକ ସହର ମହାନଦୀ କୂଳରେ ବାଲିଯାତ୍ରା ଚାଲିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ତେଣୁ ଚଳିତବର୍ଷ ବାଲିରେ ଏହା ଆୟୋଜନ କରାଯାଉଛି । ଏହି ଯାତ୍ରାରେ ତାଙ୍କ ଦେଶର ଗାରିମାକୁ ସ୍ଥାନ ଦିଆଯିବ ସହ ଓଡ଼ିଆ ସାଧବ ପୁଅମାନେ ବଣିଜ ପାଇଁ ଜାଭା, ସୁମାତ୍ରା, ଵର୍ଣ୍ଣିଓ, ବାଲି, କାମ୍ବୋଡିଆ ଯାଉଥିବାର ନିଛୁକ ପ୍ରତିଛବି ରହିବ ବୋଲି ସୂଚନା ଦେଇଛି କଳିଙ୍ଗ ୟୁଥ୍‌ ଫାଉଣ୍ଡେସନ । ଏହା ବ୍ୟତୀତ ଓଡ଼ିଆ କଳା ସ୍ଥାପତ୍ୟ ମଧ୍ୟ ସେଠାରେ ସ୍ଥାନ ପାଇବ ।

ଯେପରି ଓଡିଶାରେ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆ ଗ୍ୟାଲେରୀକୁ ସ୍ଥାନ ଦିଆଯାଏ ସେହିପରି ବାଲିରେ ମଧ୍ୟ ଓଡ଼ିଆଙ୍କ ଅସ୍ମିତା ଓ ଐତିହକୁ ନେଇ କିଛି ଷ୍ଟଲ୍‌ ରହିବ । ଯାହାଦ୍ୱାରା ଇଣ୍ଡୋନେସିଆ ଓ ଓଡ଼ିଶା ବିଶେଷକରି କଟକ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ଆଶା ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking