36.1 C
Bhubaneswar
Thursday, May 2, 2024
Homeଓଡିଶାପୋଖରୀପୁଟ ଡିଏଭିର ୩୨ ତମ ପ୍ରତିଷ୍ଠା ଦିବସ (F2F) ପାଳିତ

ପୋଖରୀପୁଟ ଡିଏଭିର ୩୨ ତମ ପ୍ରତିଷ୍ଠା ଦିବସ (F2F) ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୩୨ ତମ ପ୍ରତିଷ୍ଠା ଦିବସ ଫାଉଣ୍ଡେସନ୍ ଟୁ ଫ୍ୟୁଚର ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ସମୂହ ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଏବଂ ମୁଖ୍ୟବକ୍ତାରୂପେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ୍‌ (ପ୍ରଫେସର) ସଞ୍ଜୟ କୁମାର ଶତପଥୀ ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା କର୍ଣ୍ଣେଲ୍‌ (ପ୍ରଫେସର) ଶତପଥୀ ନିଜର ଅଭିଭାଷଣରେ ନକରାତ୍ମକ ଚିନ୍ତାଧାରାକୁ ଉପେକ୍ଷା କରି ସକରାତ୍ମକ ମନୋଭାବାପନ୍ନ ବ୍ୟକ୍ତି ସର୍ବଦା ସମାଜରେ ଅବିସ୍ମରଣୀୟ ହୋଇରହିବେ ବୋଲି କହିଥିଲେ ।

ମୁଖ୍ୟଅତିଥି ଶ୍ରୀଯୁକ୍ତ ସାହୁ କଠୋର ପରିଶ୍ରମ ସହିତ କୌଶଳପୂର୍ଣ୍ଣ କାର୍ଯ୍ୟଧାରା ଦ୍ୱାରା ସଫଳତା ଲାଭ କରିବା ସମ୍ଭବ ହେବ ବୋଲି ନିଜର ଅଭିମତ ରଖିଥିଲେ । ଡିଏଭି ସିଡିଏ ଓ ଟାଙ୍ଗୀର ଚେୟାରମ୍ୟାନ୍ ଡକ୍ଟର ଓମ୍‌କାର ନାଥ ମହାନ୍ତି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କଲେ ଭାରତବର୍ଷ ବିଶ୍ୱଗୁରୁର ମାନ୍ୟତା ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ଡିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ନିଜର ବକ୍ତବ୍ୟରେ କହିଥିଲେ ଦେଶକୁ ପ୍ରଗତି ପଥରେ ଆଗେଇ ନେବାରେ ବିଦ୍ୟାର୍ଥୀଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ବିଦ୍ୟାଳୟର ଗୌରବମୟ କୀର୍ତ୍ତି ଉପସ୍ଥାପନ କରିଥିଲେ ।

ବିଦ୍ୟାଳୟର ଜୁନିଅର ରେଡକ୍ରସ୍‍ ବିଭାଗର ଦାୟିତ୍ୱରେ ଥିବା ଶିକ୍ଷକ ମନୋଜ କୁମାର ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା , ଯେଉଁଥିରେ ୮୫ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଥିଲା । ବିବିଧ କ୍ଷେତ୍ରରେ ପ୍ରତିଭାଧାରୀ ବିଦ୍ୟାର୍ଥୀ, ଅଭିଭାବକ ତଥା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଞ୍ଚାସୀନ ଅତିଥିଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ସାମୂହିକ ସଙ୍ଗୀତ ଏବଂ ‘ଛୋଟ ମୋର ଗାଆଁଟି ’ ନୃତ୍ୟାଭିନୟ ସଭିଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା । ଏଥିରେ ଡିଏଭି ଅନୁଷ୍ଠାନ ସମୂହର ଅଧ୍ୟକ୍ଷା ଓ ଅଧ୍ୟକ୍ଷ, ଶିକ୍ଷକ–ଶିକ୍ଷୟିତ୍ରୀ ତଥା ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking