32.1 C
Bhubaneswar
Thursday, March 28, 2024
Homeଓଡିଶାଜଙ୍ଗଲରୁ ଛତୁ ସଂଗ୍ରହକରି ପେଟ ପୋଷୁଛନ୍ତି ଆଦିବାସୀ

ଜଙ୍ଗଲରୁ ଛତୁ ସଂଗ୍ରହକରି ପେଟ ପୋଷୁଛନ୍ତି ଆଦିବାସୀ

ମୟୂରଭଞ୍ଜ: ବର୍ତ୍ତମାନ ବେରୋଜଗାର ସମସ୍ତ ସୀମା ଅତିକ୍ରମ କରିଯାଇଛି । ବିଗତ ଦୁଇବର୍ଷ କରୋନା ମହାମାରୀର ଭୟାବହତା ମଣିଷ ମନରୁ ପୋଛି ହେଉନି । ଏହି ମହାମାରୀ ସମଗ୍ର ପୃଥିବୀବାସୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଦୋହଲାଇ ଦେଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ପାଞ୍ଚପିଢ଼ ଉପଖଣ୍ଡରେ ସେପରି କୌଣସି କଳକାରଖାନା ବା ଜଳସେଚନ ପ୍ରକଳ୍ପ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ ଯେ ଏହି ଅଞ୍ଚଳର ଲୋକମାନଙ୍କ ଅର୍ଥନୈତିକ ମାନଦଣ୍ଡରେ ଉନ୍ନତି ହେବ ।

ତେଣୁ ଏହି ଅଞ୍ଚଳ ଲୋକମାନେ ନିକଟସ୍ଥ ଜଙ୍ଗଲ ଉପରେ ପରିବାର ପ୍ରତିପୋଷଣ ପାଇଁ ନିର୍ଭର କରିବାକୁ ବାଧ୍ୟ । ପ୍ରାୟ ବର୍ଷ ସାରା ଏହି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଥାଏ । ଅନ୍ୟ ଉପାୟ ନପାଇ ଏହି ଲୋକମାନେ ଜଙ୍ଗଲ ମଧ୍ୟକୁ ଯାଇ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକରି ତାକୁ ବଜାରରେ ବିକି ଗୁଜୁରାଣ ମେଣ୍ଟାନ୍ତି । ବର୍ତ୍ତମାନ ବର୍ଷାଦିନ ଆସିବାରୁ ଜଙ୍ଗଲରୁ ବିଭିନ୍ନ ପ୍ରକାର ଛତୁସଂଗ୍ରହରେ ଲାଗିପଡ଼ିଛନ୍ତି । ଏହି ଛତୁଗୁଡ଼ିକ ମଧ୍ୟରେ ରୁଟୁକା ଛତୁ ସବୁଠାରୁ ସ୍ୱାଦିଷ୍ଟ । ଏହାର ମୂଲ୍ୟ କିଲୋ ପ୍ରତି ୨୦୦ ଟଙ୍କା । ଏହି ଛତୁ ପିଲାଛୁଆଙ୍କଠାରୁ ଆରମ୍ଭକରି ସମସ୍ତେ ଜଙ୍ଗଲକୁ ଯାଇ ସଂଗ୍ରହ କରିଥାନ୍ତି ।

କରଞ୍ଜିଆଠାରୁ ପ୍ରାୟ ୩୦କିଲୋମିଟର ଦୂର କେନ୍ଦୁଜିଆଣି ନିକଟସ୍ଥ କେଲପଶି ଗ୍ରାମର ଯଶୋଦା ମହାନ୍ତ ଓ ମୁଳା ମହାନ୍ତ କହନ୍ତି ଏହି ଛତୁ ସଂଗ୍ରହ କରିବାକୁ ଆମେ ନଗଲେ ପରିବାର ଚଳାଇବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି । ତାଳପଦା ଗ୍ରାମର ସଇତ ମହାନ୍ତ ଓ ଇଚ୍ଛାମଣି ମହାନ୍ତ କହନ୍ତି ହାତୀପଲ ଥିଲେ ମଧ୍ୟ ଆମେ ଛତୁସଂଗ୍ରହ ପାଇଁ ଯିବାକୁ ବାଧ୍ୟ । କାରଣ ଛତୁ ସଂଗ୍ରହକରି ନ ବିକିଲେ ଚଳିବୁ କେମିତି? ଯଦି ଏହି ଅଞ୍ଚଳରେ କୈାଣସି କଳକାରଖାନା ପ୍ରତିଷ୍ଠା ହୁଅନ୍ତା ତେବେ ଆମର ପିଲାଛୁଆ ସେଠାରେ କାର୍ଯ୍ୟକରି ପରିବାର ଚଳାଇବା ସହଜ ହୁଅନ୍ତା । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନଦେବାକୁ ଏହି ଅଞ୍ଚଳର ଗରିବ ଆଦିବାସୀ ବହୁଳ ଅନୁନ୍ନତ ଅଞ୍ଚଳର ଲୋକମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking