30.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଆଗାମୀ ୨ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ବର୍ଷା ସମ୍ଭାବନା

ଆଗାମୀ ୨ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ :ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଫରିଦାବାଦ, ଗ୍ରେଟର ନୋଏଡା, ନୋଏଡା, ଗାଜିଆବାଦର କିଛି ଅଂଶ ଏବଂ ଦକ୍ଷିଣ, ମଧ୍ୟ ଏବଂ ପୂର୍ବ ଦିଲ୍ଲୀର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ବୁଧବାର ସନ୍ଧ୍ୟାରେ ଜାତୀୟ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା , ଯାହା ଫଳରେ ବ୍ୟାପକ ଜଳବନ୍ଦୀ ଏବଂ ଟ୍ରାଫିକ୍ ଜାମ୍ ହୋଇଥିଲା। ନୋଏଡାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ରାସ୍ତା ଦେଇ ଯାତାୟାତ କରିବାରେ ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା। ଆଗାମୀ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟ କେତେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଓଡ଼ିଶାର କିଛି ସ୍ଥାନରେ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏହି ରାଜ୍ୟଗୁଡ଼ିକର କିଛି ସ୍ଥାନରେ ଝଡ଼ବର୍ଷା ଏବଂ ମେଘରୁ ଭୂମିକୁ ବିଜୁଳି ମାରିବା ସହିତ ପ୍ରବଳ ପବନ (ପ୍ରତି ଘଣ୍ଟା ୪୦ କିଲୋମିଟର ବେଗରେ) ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହି ସମୟରେ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, ଓଡ଼ିଶା ଏବଂ ଗୁଜରାଟର ଅନେକ ସ୍ଥାନରେ ରେଞ୍ଜ ୱାର୍ଣ୍ଣିଙ୍ଗଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking