27.8 C
Bhubaneswar
Monday, August 10, 2026
Homeଦେଶ ବିଦେଶପଦାର୍ଥ ବିଜ୍ଞାନରେ ଭାରତର ବଡ଼ ସଫଳତା: ଦୀପକ ଧରଙ୍କୁ ଡିରାକ ମେଡାଲ

ପଦାର୍ଥ ବିଜ୍ଞାନରେ ଭାରତର ବଡ଼ ସଫଳତା: ଦୀପକ ଧରଙ୍କୁ ଡିରାକ ମେଡାଲ

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନରେ ଭାରତର ବଡ଼ ସଫଳତା, ପ୍ରଫେସର ଦୀପକ ଧରଙ୍କୁ ‘ଡିରାକ ମେଡାଲ’ । ଭାରତର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ଦୀପକ ଧରଙ୍କୁ ଷ୍ଟାଟିଷ୍ଟିକାଲ୍ ମେକାନିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଚଳିତବର୍ଷର ସମ୍ମାନଜନକ ‘ଡିରାକ ମେଡାଲ’ ଦିଆଯିବା ଲାଗି ଘୋଷଣା କରାଯାଇଛି  । ଏହି ପୁରସ୍କାର ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରିଟିକାଲ ଫିଜିକ୍ସ -ଆଇସିଟିପି ପକ୍ଷରୁ ପ୍ରଦାନ କରାଯାଇଥାଏ । ଦ୍ୱିତୀୟ ଭାରତୀୟ ପଦାର୍ଥ ବିଜ୍ଞାନୀ ଭାବେ ଦୀପକ ଏହି ପୁରସ୍କାର ପାଇବେ ।

ଏଥିସହ ଡିରାକ୍ ମେଡାଲ ପାଇଥିବା ଷ୍ଟିଫେନ୍ ହକିଂଙ୍କ ଭଳି ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀଙ୍କ ତାଲିକାରେ ତାଙ୍କର ନାମ ସାମିଲ ହୋଇଛି । ଉତ୍ତରପ୍ରଦେଶ ପ୍ରତାପଗଡ଼ର ବାସିନ୍ଦା ଦୀପକ ଆଇଏଏସ୍ ହୁଅନ୍ତୁ ବୋଲି ମା’ ଚାହୁଥିଲେ । କିନ୍ତୁ ବାପା ତାଙ୍କ ମନରେ ସବୁବେଳେ ବିଜ୍ଞାନ ପ୍ରତି ଆକର୍ଷଣ ଥିଲା।  ଘରକୁ ସେ ସବୁବେଳେ ବିଜ୍ଞାନ ଭିତ୍ତିକ ପତ୍ରିକା ଆଣୁଥିଲେ ।  ୧୯୭୦ ମସିହାରେ ଆହ୍ଲାବାଦ ୟୁନିଭରସିଟିରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ସେ ଆଇଆଇଟି କାନପୁରରେ ଏମ୍ଏସ୍‌ସି ପଢ଼ିଥିଲେ । ୧୯୭୮ରେ ଆମେରିକାର କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରୁ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ । ସେଠାରେ  ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ରିଚାର୍ଡ ଫେନମ୍ୟାନଙ୍କ ଅଧୀନରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାମ କରିଥିଲେ ଦୀପକ ଧର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking