ଭୁବନେଶ୍ୱର: ସଞ୍ଜୀବ ପଣ୍ଡା, ଯଶୋବନ୍ତ ଜେଠୱାଙ୍କୁ ପଦୋନ୍ନତି । ନୂଆ ଡିଜିପି ନିଯୁକ୍ତି ନେଇ ବଡ ଖବର ସାମ୍ନାକୁ ଆସିଛି । ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ସଞ୍ଜୀବ ପଣ୍ଡା, ଯଶୋବନ୍ତ ଜେଠୱା । ସଞ୍ଜୀବ ପଣ୍ଡା, ଯଶୋବନ୍ତ ଜେଠୱାଙ୍କୁ ଏଡିଜିରୁ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି । ତେବେ ଆସନ୍ତା ୧୬ ତାରିଖରେ ସରୁଛି ଡିଜିପି ୱାଇ.ବି.ଖୁରାନିଆଙ୍କ କାର୍ଯ୍ୟକାଳ । ସୂଚନାଥାଉକି, ଗତ ୭ ତାରିଖ ଦିନ ୟୁପିଏସସି ବୈଠକ ରହିଥିଲା । ବୈଠକରେ ପରବର୍ତ୍ତୀ ଡିଜି କିଏ ହେବେ ତାକୁ ନେଇ ଚୟନ କରାଯାଇଥାନ୍ତା । ଯେଉଁଥିପାଇଁ ୩ ଜଣଙ୍କ ତାଲିକାକୁ ମଧ୍ୟ ସରକାର ୟୁପିଏସସି ବୋର୍ଡକୁ ପଠାଇଥିଲେ । ତାଲିକାର ପ୍ରଥମରେ ଥିଲେ ସୁଧାଂଶୁ ଷଡଙ୍ଗୀ, ଦ୍ୱିତୀୟରେ ଥିଲେ ସାରଙ୍ଗୀ କୋଚେ ଏବଂ ତୃତୀୟରେ ଥିଲେ ଜେଲ ଡିଜି ସୁଶାନ୍ତ ନାଥ । କିନ୍ତୁ କୌଣସି ପ୍ରକାରେ କିଛି ନିଷ୍କର୍ଷ ବାହାରିନଥିଲା ।










