27.8 C
Bhubaneswar
Monday, August 10, 2026
Homeଓଡିଶାଜିଲ୍ଲାପାଳଙ୍କ ଆଗରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ !

ଜିଲ୍ଲାପାଳଙ୍କ ଆଗରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ !

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅଘଟଣ । ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଚାଷୀଙ୍କ ବିଷ ପିଇବା ପାଇଁ ଉଦ୍ୟମ । ଯାହା ପରେ ଉକ୍ତ ଚାଷୀଙ୍କୁ କାବୁ କରିନେଲା ପୋଲିସ ।କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା ଗାଁରେ ଦୁଇ ଜଣ ଚାଷୀ ଗଣେଷ ଚନ୍ଦ୍ର ଓ ରାମକୃଷ୍ଣ ମଣ୍ଡଳ ସୋମବାର ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରକୁ ଆସିଥିଲେ । ସେଠାରେ ଉଭୟ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉଭୟଙ୍କ ଅଭିଯୋଗ ମୁତାବିକା, ଚାଷଜମିକୁ ଲାଗି ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ଗଢି ଉଠିଛି। ଚିଙ୍ଗୁଡ଼ି ଘେରିର ବିଶାକ୍ତ ଓ ଲୁଣି ପାଣି ମାଡି ଯିବାରୁ ବର୍ଷ ବର୍ଷ ଧରି ତାଙ୍କ ଫସଲ ଉଜୁଡି ଯାଉଛି। ଏନେଇ ସେ ବାରମ୍ବାର ଜିଲ୍ଲାପାଳ ଓ ଡିଏଫଓଙ୍କୁ ଅଭିଯୋଗ କରିଥିଲେ । ତାପରେ ବି କୌଣସି ସୁଫଳ ମିଳିନାହିଁ । ଶେଷରେ ବାଧ୍ୟ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାକୁ ଉପସ୍ଥିତ ଥିବା ପୋଲିସ କାବୁ କରିନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking