32.2 C
Bhubaneswar
Monday, August 10, 2026
Homeଓଡିଶାବସ୍ ଧକ୍କାରେ ଚାଲିଗଲା ବାପାଙ୍କ ଜୀବନ: ପୁଅ ଗୁରୁତର

ବସ୍ ଧକ୍କାରେ ଚାଲିଗଲା ବାପାଙ୍କ ଜୀବନ: ପୁଅ ଗୁରୁତର

ଭୁବନେଶ୍ୱର: ସୋମବାର ଦିନ ସକାଳୁ ସକାଳୁ ବଡ ଦୁର୍ଘଟଣା । ଖଣ୍ଡିଗିରି ଓଭରବ୍ରିଜ ଉପରେ ବସ ଧକ୍କାରେ ଚାଲିଯାଇଛି ଜୀବନ । ଯାହାଫଳରେ ଓଭରବ୍ରିଜ ଉପରେ ଲୋକଙ୍କ ଭିଡ ଲାଗି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି । ସବୁ ଦିନ ପରି ଖଣ୍ଡଗିରି ଓଭରବ୍ରିଜ ଉପରେ ଲୋକଙ୍କ ଭିଡ ଲାଗି ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ସୂଚନା ଅନୁସାରେ, ବାଇକରେ ଯାଉଥିବା ବାପ ପୁଅଙ୍କୁ ଧକ୍କା ଦେଲା ବସ । ଯାହାଫଳରେ ଦୁର୍ଘଟଣାରେ ବାପ- ପୁଅ ରାସ୍ତା କଡକୁ ଛିଟକି ପଡିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାପ- ପୁଅଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିରେଲ । ହେଲେ ସେଠାରେ ଡାକ୍ତର ବାପାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୁଅର ଚିକିତ୍ସା ଜାରି ରହିଛି । ପରେ ରାସ୍ତାରେ ପ୍ରବଳ ଭିଡ ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲେ । ପୋଲିସର ବୁଝାସୁଝା ପରେ ସ୍ଥିତି ନିୟନ୍ତ୍ରଣକୁ ଆସି ସ୍ୱାଭାବିକ ବୋଇଥିଲା । ଏହି ଘଟଣାରେ ପୋଲିସ ବସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking