31.1 C
Bhubaneswar
Wednesday, August 5, 2026
Homeଓଡିଶାଶ୍ରୀମନ୍ଦିର ସ୍କ୍ୱାର୍ଡ ନିଯୁକ୍ତି ନାଁରେ ବଡ଼ ଠକେଇ

ଶ୍ରୀମନ୍ଦିର ସ୍କ୍ୱାର୍ଡ ନିଯୁକ୍ତି ନାଁରେ ବଡ଼ ଠକେଇ

ପୁରୀ : ଶ୍ରୀମନ୍ଦିରରେ ସ୍କ୍ୱାର୍ଡ ନିଯୁକ୍ତିରେ ଠକେଇ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୋଟା ଅଙ୍କର ଅର୍ଥ ନିଆଯାଇ କିଛି ଅସାଧୁ ବ୍ୟକ୍ତି ନକଲି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ଥାଇ ଏକ ନକଲି ନିଯୁକ୍ତି ପତ୍ର ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଏବେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣା ଜଣାପଡ଼ିବା ପରେ ତତ୍ପର ହୋଇଉଠିଛି ଶ୍ରୀମନ୍ଦିର ପ୍ରଶାସନ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଘଟଣାର ତଦନ୍ତ କରିବା ସହ ସିଂହଦ୍ୱାର ଥାନାରେ ଏନେଇ ଏତଲା ମଧ୍ୟ ଦେଇଛନ୍ତି। ତେବେ ଏଭଳି ନକଲି ନିଯୁକ୍ତି ପତ୍ର ଭାଇରାଲ ହେବା ପରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ନକଲି ନିଯୁକ୍ତି ପତ୍ର ପଛରେ କାହାର ହାତ ରହିଛି ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ସେବାୟତ।ମିଳିଥିବା ସୂଚନା ଅନୁସାରେ ୧୬ ଜଣଙ୍କୁ ନକଲି ନିଯୁକ୍ତି ପତ୍ର ପଠାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଲୋଗୋ ଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଦସ୍ତଖତ ଏବଂ ଷ୍ଟାମ୍ପ ମଧ୍ୟ ରହିଛି। ଗତ ଜୁଲାଇ ୩୧ ତାରିଖରେ ଏହି ଚିଠି ଜାରି କରାଯାଇଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking