33.8 C
Bhubaneswar
Tuesday, August 4, 2026
Homeଓଡିଶା‘ହର୍ ଘର୍ ତ୍ରିରଙ୍ଗା’ ପାଇଁ ସରକାରଙ୍କ ପ୍ରସ୍ତୁତି: ଜିଲ୍ଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ

‘ହର୍ ଘର୍ ତ୍ରିରଙ୍ଗା’ ପାଇଁ ସରକାରଙ୍କ ପ୍ରସ୍ତୁତି: ଜିଲ୍ଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗାରେ ରଙ୍ଗିନ ହେବ ସାରା ଓଡିଶା। ଘରେ ଘରେ ପାଳନ ହେବ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ଚାଲିବ ଦେଶଭକ୍ତିର ଏହି ଅଭିଯାନ। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସ୍କୁଲ, ମେଡିକାଲ, ରେଳ ଷ୍ଟେସନ ଯାଏଁ ସବୁଠି ଦେଖିବାକୁ ମିଳିବ ତ୍ରିରଙ୍ଗାର ଝଲକ। ରାଜ୍ୟରେ ଜୋରଦାର ଭାବେ ପାଳନ ହେବ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ଏନେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି କାର୍ଯ୍ୟକ୍ରମର ରୂପରେଖା ବିଷୟରେ ଅବଗତ କରାଯାଇଛି । ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ଏହି ଅଭିଯାନ ଚାଲିବ ।ଏହି ସମୟ ମଧ୍ୟରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, ମେଡିକାଲ, ରେଳ ଷ୍ଟେସନ ଭଳି ପ୍ରମୁଖ ସ୍ଥାନକୁ ତ୍ରିରଙ୍ଗାରେ ସଜାଯିବ । ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଅବଦାନକୁ ମନେ ପକାଇବା ପାଇଁ ତ୍ରିରଙ୍ଗା ଓ ବନ୍ଦେ ମାତରମ ଉପରେ ଆଧାରିତ ପ୍ରଦର୍ଶନୀ ଆୟୋଜନ କରାଯିବ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜାତୀୟ ଅନଲାଇନ କୁଇଜରେ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରାଯିବ । ରାଜ୍ୟରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ମଧ୍ୟ ଅବଗତ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking