27.1 C
Bhubaneswar
Tuesday, September 22, 2026
Homeଓଡିଶାସୁରେଶ ପୂଜାରୀଙ୍କ ଦ୍ୱାରା ୨୦୨୬-୨୭ ଆର୍ଥିକ ବର୍ଷର ୩ୟ BNTY ଟ୍ରେନର ଆଭାସୀ ଶୁଭାରମ୍ଭ

ସୁରେଶ ପୂଜାରୀଙ୍କ ଦ୍ୱାରା ୨୦୨୬-୨୭ ଆର୍ଥିକ ବର୍ଷର ୩ୟ BNTY ଟ୍ରେନର ଆଭାସୀ ଶୁଭାରମ୍ଭ

ଭୁବନେଶ୍ୱର: : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ (BNTYY) ଅଧୀନରେ ତୃତୀୟ ତୀର୍ଥଯାତ୍ରୀ ଟ୍ରେନକୁ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରୁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏହି ତୀର୍ଥଯାତ୍ରୀ ଟ୍ରେନ୍ ସମ୍ବଲପୁର ରେଳ ଷ୍ଟେସନରୁ ନିଜର ଯାତ୍ରା ଆରମ୍ଭ କରିଛି। ଏଥିରେ ଓଡ଼ିଶାର ୮ଟି ଜିଲ୍ଲା—ସମ୍ବଲପୁର, ଅନୁଗୋଳ, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଏବଂ ଦେବଗଡ଼ର ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ସହଯୋଗୀ ଅଧିକାରୀ ଯାତ୍ରା କରୁଛନ୍ତି। ଏହି ତୀର୍ଥଯାତ୍ରୀମାନେ ପବିତ୍ର ତୀର୍ଥସ୍ଥଳୀ ବାରାଣସୀ ଏବଂ ଅଯୋଧ୍ୟା ପରିଦର୍ଶନ କରି ୨୭ ସେପ୍ଟେମ୍ବର ୨୦୨୬ରେ ସମ୍ବଲପୁର ଫେରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ, ସୁସଂଗଠିତ ଏବଂ ସମନ୍ୱିତ ଭ୍ରମଣ ଅନୁଭୂତି ମାଧ୍ୟମରେ ପ୍ରମୁଖ ଧାର୍ମିକ ସ୍ଥଳୀସମୂହ ପରିଦର୍ଶନ କରାଇବା ପାଇଁ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ପ୍ରସ୍ତୁତ କରାଯାଇଛି। ଯାତ୍ରା ସମୟରେ ଆବଶ୍ୟକ ସହାୟତା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ନିୟୋଜିତ ସହଯୋଗୀ ଅଧିକାରୀ ତୀର୍ଥଯାତ୍ରୀଙ୍କ ସହିତ ରହିଛନ୍ତି। ସମ୍ବଲପୁର ରେଳ ଷ୍ଟେସନରେ ଆୟୋଜିତ ଏହି ଆଭାସୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ସମ୍ବଲପୁର RDC; ସମ୍ବଲପୁର DIG ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର; ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର; ସମ୍ବଲପୁର ମହାନଗର ନିଗମ କମିଶନର; ଶ୍ରୀ ରେହାନ ଖାତ୍ରୀ; ଏବଂ ସମ୍ବଲପୁର ADM ଶ୍ରୀ ସୁଧାଂଶୁ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking