28.1 C
Bhubaneswar
Thursday, May 2, 2024
Homeଖେଳଏଏଫ୍‌ସି ୱିମେନ୍ସ ଏସିଆ କପ୍‌ରୁ ଓହରିଲା ଭାରତ

ଏଏଫ୍‌ସି ୱିମେନ୍ସ ଏସିଆ କପ୍‌ରୁ ଓହରିଲା ଭାରତ

ମୁମ୍ବାଇ :  ଏଠାରେ ଚାଲିଥିବା ଏଏଫ୍‌ସି ୱିମେନ୍ସ ଏସିଆ କପ୍‌ରୁ ଭାରତ ଓହରିଯାଇଛି । ଗତ ରବିବାର ଦଳ ତା\’ର ଚାଇନିଜ୍ ତାଇପେଇ ବିପକ୍ଷ ମ୍ୟାଚ୍‌ରେ କରୋନା ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଦଳ ଉପଲବ୍ଧ କରାଇବାରେ ଅସମର୍ଥ ହେବାରୁ ଏହି ମୁକାବିଲାରୁ ଓହରିଯାଇଥିଲା । ଏହାର ଦିନକ ପରେ ଅର୍ଥାତ୍ ସୋମବାର ଦଳ ଟୁର୍ଣ୍ଣାମେଣ୍ଟ୍‌ର ଗାଇଡ୍‌ଲାଇନ୍ ଅନୁସାରେ ଓହରିଯାଇଛି । ଫଳସ୍ୱରୂପ ଏହି ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚି ୨୦୨୩ ଫିଫା ବିଶ୍ୱକପ୍‌ରେ ଭାଗ ନେବା ସକାଶେ ଦଳ ଦେଖିଥିବା ସ୍ୱପ୍ନ ମଧ୍ୟ ମିଳେଇଯାଇଛି । ଏ ସଂକ୍ରାନ୍ତରେ ଆୟୋଜକ ଏସିଆନ୍ ଫୁଟବଲ୍ କନଫେଡେରେସନ୍ (ଏଏଫ୍‌ସି) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଚାଇନିଜ୍ ତାଇପେଇ ବିପକ୍ଷ ମ୍ୟାଚ୍‌ରେ ଭାରତ ଜଣେ ଗୋଲକିପରଙ୍କ ସମେତ ୧୩ ଜଣ ଖେଳାଳି ଉପଲବ୍ଧ କରାଇବାରେ ବିଫଳ ହୋଇଥିଲା ।

ତେଣୁ ଏଏଫ୍‌ସି ପ୍ରତିଯୋଗିତା ପାଇଁ ଉଦ୍ଦିଷ୍ଟ ୪.୧ ଧାରା ଅନୁସାରେ, ଭାରତ ଏହି ମ୍ୟାଚ୍ ବାତିଲ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ହୋଇଥିବାରୁ ଦଳକୁ ଟୁର୍ଣ୍ଣାମେଣ୍ଟ୍‌ରୁ ଅପସରି ଯିବାକୁ ପଡ଼ିଛି ବୋଲି ଉକ୍ତ ବିବୃତିରେ କୁହାଯାଇଛି । ଏଥିସହ ଭାରତ ଏହି ପ୍ରତିଯୋଗିତାରେ ଖେଳିଥିବା ମ୍ୟାଚ୍‌ର ଫଳାଫଳ ଓ ଏଥିରେ ହୋଇଥିବା ଗୋଲ୍‌କୁ ଅନ୍ତର୍ଜାତୀୟ ରାଙ୍କିଙ୍ଗ୍‌ରେ ସାମିଲ୍ କରାଯିବ ନାହିଁ ବୋଲି ମଧ୍ୟ ଏଏଫ୍‌ସି ସ୍ପଷ୍ଟ କରିଛି । ଭାରତ ଟୁର୍ଣ୍ଣାମେଣ୍ଟ୍‌ରୁ ଓହରିଯିବା ଫଳରେ ବର୍ତ୍ତମାନ ଗ୍ରୁପ୍‌-ଏ\’ରେ କେବଳ ୩ଟି ଟିମ୍ କାଏମ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking