38.1 C
Bhubaneswar
Tuesday, April 23, 2024
Homeକରୋନାଦେଶରେ କମୁଛି ସଂକ୍ରମଣ : ଦିନକରେ ଚିହ୍ନଟ ହେଲେ ୨ ଲକ୍ଷ ୫୫ ହଜାର ୮୭୪...

ଦେଶରେ କମୁଛି ସଂକ୍ରମଣ : ଦିନକରେ ଚିହ୍ନଟ ହେଲେ ୨ ଲକ୍ଷ ୫୫ ହଜାର ୮୭୪ ସଂକ୍ରମିତ, ୬୧୪ ମୃତ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ସଂକ୍ରମଣ କମିବାରେ ଲାଗିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର୍ ଥିବା ବେଳେ ଆଜି ମାମଲାରେ ବଡ଼ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲି ୩ ଲକ୍ଷ ୬ହଜାର ୬୪ ମାମଲା ସାମନାକୁ ଆସିଥିଲା । ପଜିଟିଭି ରେଟ୍ ୧୫.୫୨ ପ୍ରତିଶତ ହ୍ରାସ ପାଇଛି । ସେହିପରି ଦିନକରେ ୬୧୪ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୦ ଜହାର ୪୬୨ କୁ ବୃଦ୍ଧି ପାଇଛି ।

ସେହିପରି ଆକ୍ଟିଭ୍ କେସ୍ ୨୨,୩୬,୮୪୨ ହୋଇଯାଇଛି । ଏହା ବ୍ୟତୀତ ସୁସ୍ଥ ହାର ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩,୭୦,୭୧,୮୯୮ ଜଣ ଆକ୍ରାନ୍ତ । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‍ ସକ୍ରିୟ ମାମଲା ରହିଛି ୨୨,୩୬,୮୪୨ । ଦୈନିକ ପଜିଟିଭିଟି ହାର ୧୫.୫୨% ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking