26.1 C
Bhubaneswar
Wednesday, December 17, 2025
Homeଖେଳଭାରତ ରଖିଲା ୩୫୯ ଟାର୍ଗେଟ୍

ଭାରତ ରଖିଲା ୩୫୯ ଟାର୍ଗେଟ୍

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଆଜି ଦ୍ୱିତୀୟ ଦିନିକିଆ ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ୍‌ରେ ଖେଳାଯାଉଛି । ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ କରି ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୩୫୯ ଟାର୍ଗେଟ୍ ରଖିଛି । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ ୱିକେଟ୍ ହରାଇ ୩୫୮ ରନ୍ କରିଛି। ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ। କ୍ରମାଗତ ଦ୍ବିତୀୟ ଓ ୫୩ତମ ଦିନିକିଆ ଶତକ ହାସଲ କଲେ କିଙ୍ଗ୍‌ କୋହଲି। ଦୁହେଁ ଅର୍ଦ୍ଧଶତକୀୟ ଭାଗୀଦାରି କରି ସ୍କୋରକୁ ୩୫୦ରେ ପହଞ୍ଚାଇଥିଲେ। ଅଧିନାୟକ କେଏଲ୍ ରାହୁଲ ୬୬ ଏବଂ ରବିନ୍ଦ୍ର ଜାଡେଜା ୨୪ ରନ୍ କରି ଅପରାଜିତ ରହିଥିଲେ। ପୂର୍ବରୁ ବିରାଟ କୋହଲି ୧୦୨ ରନ୍ କରି କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ପାଇଁ ଶତକ ହାସଲ କରିଥିଲେ। ଋତୁରାଜ ଗାୟକୱାଡ ମଧ୍ୟ ୧୦୫ ରନ୍ କରିଥିଲେ, ଯାହା ତାଙ୍କର ପ୍ରଥମ ଦିନିକିଆ ଶତକ ଥିଲା। ଯଶସ୍ୱୀ ଜୟସ୍ୱାଲ ୨୨ ରନ୍ ଏବଂ ରୋହିତ ଶର୍ମା ୧୪ ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଦୁଇଟି ୱିକେଟ୍ ନେଇଥିଲା ବେଳେ ନାଣ୍ଡ୍ରେ ବର୍ଗର ଏବଂ ଲୁଙ୍ଗି ଏନଗିଡି ପ୍ରତ୍ୟେକ ଗୋଟିଏ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking