34.1 C
Bhubaneswar
Saturday, April 27, 2024
Homeକରୋନାକୋଭିଡ୍‌ ଦ୍ବିତୀୟ ପ୍ରବାହ ବେଳେ ଭାରତ ହରାଇଛି ୫୯୪ ଡାକ୍ତର

କୋଭିଡ୍‌ ଦ୍ବିତୀୟ ପ୍ରବାହ ବେଳେ ଭାରତ ହରାଇଛି ୫୯୪ ଡାକ୍ତର

ନୂଆଦିଲ୍ଲୀ : ଘାତକ ହେଉଛି କୋଭିଡ୍‌ର ଦ୍ୱତିୟ ଲହର । ଦେଶରେ ଅଧିକ ସଂକ୍ରମଣଶୀଳ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ସମୟରେ ୫୯୪ଜଣ ଡାକ୍ତର ପ୍ରାଣ ହରାଇଥିବା କଥା ‘ଦି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ କହିଛି। ଦ୍ବିତୀୟ ପ୍ରବାହରେ କୋଭିଡ୍‌-୧୯ ହେତୁ ପ୍ରାଣ ହରାଇଥିବା ୫୯୪ଜଣ ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀରୁ ବୋଲି ‘ଆଇଏମ୍‌ଏ’ ତାଲିକାରେ ପ୍ରକାଶ ପାଇଛି। ଦିଲ୍ଲୀରେ ପ୍ରାୟ ୧୦୭ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଯାଇଛି। ଦିଲ୍ଲୀ ପଛକୁ ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଝାଡ଼ଖଣ୍ଡରେ ମଧ୍ୟ ଅଧିକ ସଂଖ୍ୟକ ଡାକ୍ତର ପ୍ରାଣ ହରାଇଛନ୍ତି। ବିହାରରେ ୯୬ଜଣ, ଉତ୍ତର ପ୍ରଦେଶରେ ୬୭ଜଣ, ରାଜସ୍ଥାନରେ ୪୩ଜଣ ଏବଂ ଝାଡ଼ଖଣ୍ଡରେ ୩୯ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ଓଡ଼ିଶାରେ ପ୍ରାଣ ହରାଇଲେଣି ୨୨ଜଣ ଡାକ୍ତର । ଭାରତୀୟ ମେଡିକାଲ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking